ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜନୋତ୍ସବ ଅନୁଷ୍ଠିତ ହୋଇଛି । କୋରୋନା କଟକଣା ତଥା ବିନା ଭକ୍ତରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା, ପୁରୁଣାକଟକ, ଖୁଣ୍ଡବନ୍ଧ, ତେଲିବନ୍ଧ, ସାହାଜପାଲ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା, ବଘିଆପଡା ସହିତ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଥିବା ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଛି ।
କୋଭିଡ କଟକଣା ସହ ବିଭିନ୍ନ ଦେବାଦେବୀ ପୀଠରେ ଆରମ୍ଭ ଦଶହରା ପୂଜା - କୋଭିଡ କଟକଣା
ବିଭିନ୍ନ ଦେବୀ ମଣ୍ଡପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା। ଆଜି ଦଶହରା ଅବସରରେ କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ପୂଜାର୍ଚ୍ଚନା ଚାଲିଛି। ଅଧିକ ପଢନ୍ତୁ...

କୋଭିଡ କଟକଣା ସହ ବିଭିନ୍ନ ଦେବାଦେବୀ ପୀଠରେ ଆରମ୍ଭ ହେଲା ଦଶହରା ପୂଜା
ତେବେ ସାଧାରଣ ଭକ୍ତଙ୍କ ବିଶେଷ ଗହଳି ପରିଲକ୍ଷିତ ନହୋଇ କେବଳ ଦେବାଦେବୀଙ୍କ ରୀତିନୀତି ଅନୁଷ୍ଠିତ ହୋଇଥିଲା । ସେପଟେ କୋରୋନା କଟକଣା ଉପରେ ସତର୍କ ଦୃଷ୍ଟି ସହ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଓ ଚୋରା ମଦ କାରବାର ଉପରେ ତୀକ୍ଷ୍ଣ ଦୃଷ୍ଟି ରହିଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ