ବୌଦ୍ଧ:ପବିତ୍ର ବିଷୁବ ସଂକ୍ରାନ୍ତିରେ ଉଦଯାପିତ ହେଲା ଦଣ୍ଡ ଯାତ୍ରା । ଶୁକ୍ରବାର ଉଦଯାପନୀ ଦିବସକୁ ମେରୁ ଯାତ୍ରା ଭାବରେ ପାଳନ କରାଯାଉଥିବା ବେଳେ କେତେକ ସ୍ଥାନରେ ଝାମୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରୁ ଆରମ୍ଭ ହୋଇଥିବା ଷୋଳହ ସୁଆଙ୍ଗ ଦଣ୍ଡ ଯାତ୍ରା ଶୁକ୍ରବାର ମେରୁ ଯାତ୍ରାରେ ସମାପନ ହୋଇଛି ।
ବିଶେଷକରି ମାନସିକଧାରୀମାନେ ମାସକଯାକ ପରିବାରଠାରୁ ଅଲଗା ହୋଇ ରହିଥାନ୍ତି । ମହାବିଷୁବ ସଂକ୍ରାନ୍ତି ଦିନ ମାନସିକଧାରୀମାନେ ସକାଳୁ ଠାକୁରାଣୀଙ୍କ ପାଖରେ ଗୁହାରି ପଡିଥାନ୍ତି । ତେବେ ଦୀପଗ୍ରାମ ମର୍ଜାକୁଦରେ ମହିଳା ମାନେ ଏହି ମେରୁ ଯାତ୍ରା ଦିନ ଅତ୍ୟନ୍ତ କାଷ୍ଠାର ସହିତ ବ୍ରତ ପାଳନ କରିଥାନ୍ତି ।ଯଦିଓ ଦଣ୍ଡ ଯାତ୍ରାରେ ମହିଳାଙ୍କ ପ୍ରତ୍ୟକ୍ଷ ଯୋଗଦାନ ନଥାଏ ତଥାପି ମଧ୍ୟ ଏଠାରେ ନିଆରା ଶୈଳୀରେ ମହିଳା ମାନେ ମାନସିକ ବ୍ରତ ଭାଙ୍ଗି ଥାଆନ୍ତି । ଦଣ୍ଡୁଆ ମାନେ ମଧ୍ୟ ଝାମୁ ଯାତ୍ରାରେ କଣ୍ଟାରେ, ନିଆଁରେ ଚାଲି ରୁଦ୍ରକାଳୀଙ୍କୁ ପ୍ରସନ୍ନ କରିଥାନ୍ତି ।