ବୌଦ୍ଧ: ଦାଦନ ଦୁଃଖରେ ଆଉଟୁପାଉଟୁ ବୌଦ୍ଧ ଜିଲ୍ଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାମନୁପାଲି ପଞ୍ଚାୟତର ଜମଟାଙ୍ଗି ଗ୍ରାମରେ । ମିଳିଥିବା ସୂଚନା ମୁତାବକ ଗ୍ରାମର ସାହେବ ବିଶିଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ସୁରଥ ବିଶି କାମ ସନ୍ଧାନରେ ତାମିଲନାଡୁଶ୍ରୀପେରେମ୍ବୁଦୁରରମନୁର ଠାରେ ଡିଏସସି ନାମକ କମ୍ପାନୀରେ କାମ କରୁଥିଲେ । ଗତ ମାର୍ଚ୍ଚ ୨୬ରେ ଏକ ସେପ୍ଟିକ ଟାଙ୍କି ସଫା କରୁଥିବା ବେଳେ ନିଜ ପାଞ୍ଚ ଜଣ ସହଯୋଗୀ ବିଷାକ୍ତ ଗ୍ୟାସ ଯୋଗୁଁ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ସୁରଥ ମୃତ୍ୟୁ ବରଣ କରିଥିଲେ ।
ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଆଖି ବୁଜିଲା ବୌଦ୍ଧର ପୁଅ - ସରୁନି ଦାଦନ ଦୁଃଖ
ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ କାହାଣୀ । କେଉଁଠି ଦାଦନ ନିଜ ପରିବାର ସହ ବନ୍ଧା ପଡିଛି ତ ଆଉ କେଉଁଠି ନିର୍ଯ୍ୟାତନାର ଶିକାର ହୋଇ କଲବଲ ହେଉଛି । ପୁଣି କେଉଁଠି କାମ କରିବାକୁ ଯାଇ ଅନ୍ୟ ରାଜ୍ୟରେ ପ୍ରାଣ ହରାଉଛି । ବୌଦ୍ଧ ଜିଲ୍ଲାର ଜଣେ ଦାଦନଙ୍କ ତାମିଲନାଡୁରେ ମୃତ୍ୟୁ ପରେ ପୁଣି କଳଙ୍କିତ ହୋଇଛି ରାଜ୍ୟ ଯୋଜନା ଓ ବ୍ୟବସ୍ଥା । ଦାଦନ ଶ୍ରମିକଙ୍କ ମୃତ୍ୟୁ ପୁଣି ସାଧାରଣ ଭାବରେ ନୁହେଁ । କାମ ପାଇଁ ଯାଇଥିବା ପାଞ୍ଚ ଜଣ ଶ୍ରମିକ ଭାଇଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ଯାଇ ନିଜେ ଶବ ହୋଇ ଫେରିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ସବୁ ସରକାରୀ ଯୋଜନା ସତ୍ତ୍ବେସୁରଥଙ୍କ ଭଳି ବୌଦ୍ଧ ଜିଲ୍ଲାର ଶହ ଶହ ଦାଦନଙ୍କ ଭାଗ୍ୟ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିବା ସହ ପ୍ରତିଦିନ ବାହାର ରାଜ୍ୟରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି । ଯୋଜନା କଥା ତ ଦୂରରେ, ଜିଲ୍ଲାର କେତେ ଦାଦନ ଶ୍ରମିକ ବାହାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି ତାର ହିସାବ ମଧ୍ୟ ପ୍ରଶାସନ ପାଖରେ ନାହିଁ ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ