ବୌଦ୍ଧ: ଓଡିଶାର ମଧ୍ୟ ଭାଗ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ମହାନଦୀ । ଏହାରି ଗର୍ଭରେ ରହିଛି ଏକାଧିକ ଦ୍ବୀପ । କେଉଁ ଦ୍ବୀପରେ କେବଳ ଚାଷ ହେଉଛି ତ ଆଉ କେଉଁଠି ପାଲଟିଛି ବାସସ୍ଥାନ । ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳର ଏପରି ମଣିଷ ବସବାସ କରୁଥିବା ଦ୍ବୀପଗ୍ରାମ ହେଲା ମର୍ଜାକୁଦ ଓ କୁଦଗାଁ । ଏହି ଦୁଇ ଦ୍ବୀପଗ୍ରାମ ମଧ୍ୟରୁ କୁଦଗାଁ ଆଠମଲ୍ଲିକ ଉପଖଣ୍ଡର ମଧ୍ୟ ପଞ୍ଚାୟତ । ଯାହା ମହାନଦୀର ଜଳଘେରା ଦ୍ବୀପରେ ରହିବା କାରଣରୁ ବିକାଶ ଠାରୁ ଏମାନେ ବହୁତ ଦୂରରେ ।
ଏଠାରେ ବିକାଶ ତ ବହୁ ଦୂରର କଥା, ମାତ୍ର ଆଜି ବି ଏଠାରେ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ସ୍ବଚ୍ଛ ପାନୀୟଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ । ଦ୍ବୀପକୁ ସଂଯୋଗ ନିମନ୍ତେ କୌଣସି ସେତୁ ନଥିବାରୁ ଗମନାଗମନ କାହାକୁ କୁହାଯାଏ, ଏଠାକାର ଲୋକେ ଜାଣନ୍ତି ନାହିଁ ।