ଓଡିଶା

odisha

ETV Bharat / state

କାର୍ତ୍ତିକ ସୋମବାର ଉପଲକ୍ଷେ ବିଭିନ୍ନ ଧର୍ମପୀଠରେ ଶ୍ରଦ୍ଧାଳୁଙ୍କ ଭିଡ - Crowds of devotees in various religious shrines

ଆଜି କାର୍ତ୍ତିକ ମାସ ଦ୍ବିତୀୟ ସୋମବାର ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଶୈବ ଓ ବୈଷ୍ଣବ ପୀଠରେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଦର୍ଶନ ତଥା ପ୍ରସାଦ ସେବନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

କାର୍ତ୍ତିକ ସୋମବାର ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
କାର୍ତ୍ତିକ ସୋମବାର ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

By

Published : Nov 1, 2021, 2:54 PM IST

ବୌଦ୍ଧ: ଚାଲିଛି ପବିତ୍ର ଧର୍ମ ମାସ । ଆଜି କାର୍ତ୍ତିକ ମାସ ଦ୍ବିତୀୟ ସୋମବାର ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଶୈବ ଓ ବୈଷ୍ଣବ ପୀଠରେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଦର୍ଶନ ତଥା ପ୍ରସାଦ ସେବନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କାର୍ତ୍ତିକ ସୋମବାର ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ



ପଞ୍ଚଧର୍ମର ମିଳନସ୍ଥଳୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠ ଓ ବୈଷ୍ଣବ ପୀଠରେ ଠାକୁର ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ବିଶେଷ କରି ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଗନ୍ଧରାଡିର ହରିହର ମନ୍ଦିର, ବୌଦ୍ଧର ଶ୍ରୀଜଗନ୍ନାଥ ମନ୍ଦିର, ରାମେଶ୍ବର ମନ୍ଦିର ସମେତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ରାମଗଡ, ଧଳପୁର, ହରଭଙ୍ଗା ପ୍ରମୁଖ ସ୍ଥାନରେ ଥିବା ମନ୍ଦିର ଗୁଡିକରେ ସୋମବାର ଉପଲକ୍ଷେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ସହିତ ପ୍ରସାଦର ବ୍ୟବସ୍ଥା କରାଯାଇଛି ।



ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧର ରାମେଶ୍ବର ମନ୍ଦିରକୁ ଆଜି ଜିଲ୍ଲା ତଥା ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । କୋରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ବିଭିନ୍ନ ଧାର୍ମିକ ପୀଠରେ କଟକଣା ଲାଗୁ ହୋଇଥିବା ବେଳେ ବର୍ତ୍ତମାନ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁ ଆନନ୍ଦରେ ଭଗବାନଙ୍କ ଦର୍ଶନର ସୁଯୋଗ ପାଇଥିବାରୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।



ବୌଦ୍ଧରୁ ସତ୍ୟ ନରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details