ଓଡିଶା

odisha

ETV Bharat / state

ମହାନଦୀରେ କୁମ୍ଭୀର ଆତଙ୍କ

ଶନିବାର ସକାଳେ ପୁଣି ବାଉଁଶୁଣୀ ନିକଟସ୍ଥ ମହାନଦୀ କୂଳରେ ଏକ ଘଡିଆଳ କୁମ୍ଭୀର ମାଛ ଜାଲରେ ଫସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳିଯାଇଛି ।

By

Published : Oct 12, 2019, 3:10 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପୁଣି ମହାନଦୀରେ କୁମ୍ଭୀର ଆତଙ୍କ । ଗତ ମାସରେ ବହିରା ନାଳରେ ଏକ ଘଡିଆଳ କୁମ୍ଭୀର ଦୀର୍ଘ ଦିନ ରହିବା ପରେ ତାକୁ ଡମ୍ବରୁଗାଡ ନିକଟସ୍ଥ ମହାନଦୀରେ ଛଡା ଯାଇଥିଲା । ଶନିବାର ସକାଳେ ପୁଣି ବାଉଁଶୁଣୀ ନିକଟସ୍ଥ ମହାନଦୀ କୂଳରେ ଏକ ଘଡିଆଳ କୁମ୍ଭୀର ମାଛ ଜାଲରେ ଫସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳିଯାଇଛି ।

କୁମ୍ଭୀର ଦେହରେ ଟ୍ରାକର ଲାଗିବା ସହ ସେ ବହିରାର କୁମ୍ଭୀର ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏଥିସହିତ ଘଡିଆଳ କୁମ୍ଭୀର ମଣିଷଙ୍କ ପାଇଁ ବିପଦପୂର୍ଣ୍ଣ ନୁହେଁ । ଏଥିପାଇଁ ଆତଙ୍କିତ ନହେବାକୁ ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ

ସୂଚନାନୁଯାୟୀ ପ୍ରାୟ 5ଟି ଘଡିଆଳ କୁମ୍ଭୀର ଲାଞ୍ଜରେ ଜିପିଏସ ଟ୍ରାକର ଖଞ୍ଜା ଯାଇ ମହାନଦୀରେ ଛଡାଯାଇଥିବା ଜଣାପଡିଛି । ଶନିବାର ବାଉଁଶୁଣୀରୁ ଉଦ୍ଧାର ହୋଇଥିବା କୁମ୍ଭୀରକୁ କୁଶଙ୍ଗ ନିକଟସ୍ଥ ମହାନଦୀ ଓ୍ବାଇଲ୍ଡ ଲାଇଫ ଅଞ୍ଚଳରେ ଛଡାଯିବ ବୋଲି ସୂଚନା ମିଳିଛି । ଏହି ଉଦ୍ଧାରକାରୀ ଦଳରେ ଜଙ୍ଗଲ ବିଭାଗର ଭୈରବ ଚରଣ ବେହେରା, ଆଶିଷ କୁମାର କହଁର, ଅଶୋକ କୁମାର ଦାସ, ପ୍ରଦୀପ ଭୂତିଆ, ପରିବେଶବିତ୍‌ ସ୍ବରାଜ କହଁର ପ୍ରମୁଖ ସାମିଲ ହୋଇ କୁମ୍ଭୀରକୁ କାବୁ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details