ଓଡିଶା

odisha

ETV Bharat / state

ବଢୁଛି ଅପରାଧିକ ମାମଲା,ପୁଣି ଲୁଟ ହେଲା ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା - boudh district

ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା ବୃଦ୍ଧି ଯୋଗୁଁ ଚିନ୍ତାରେ ସାଧାରଣ ଲୋକ । ଶୁକ୍ରବାର ପୁଣିଥରେ ଦିନ ଦ୍ବିପହରରେ ମୋଟର ସାଇକେଲ ଡିକିରୁ ତିନି ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ବଢୁଛି ଅପରାଧିକ ମାମଲା,ପୁଣି ଲୁଟ ହେଲା ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ବଢୁଛି ଅପରାଧିକ ମାମଲା,ପୁଣି ଲୁଟ ହେଲା ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

By

Published : Jan 30, 2021, 11:51 AM IST

ବୌଦ୍ଧ:ଜିଲ୍ଲାରେ ଅପରାଧିକ ମାମଲା ବୃଦ୍ଧି ଯୋଗୁଁ ଚିନ୍ତାରେ ସାଧାରଣ ଲୋକ । ଶୁକ୍ରବାର ପୁଣିଥରେ ଦିନ ଦ୍ବିପହରରେ ମୋଟର ସାଇକେଲ ଡିକିରୁ ତିନି ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ବଢୁଛି ଅପରାଧିକ ମାମଲା ,ପୁଣି ଲୁଟ ହେଲା ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଚୋରି,ହତ୍ୟା, ଡକାୟତି ସହିତ ଚୋରା ଗଞ୍ଜେଇ ଚାଲାଣ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ ମାମଲା ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି । ଶୁକ୍ରବାର ବୌଦ୍ଧ ସହରର ୟୁନିୟନ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଫେରୁଥିବା ଜଣେ ବ୍ୟକ୍ତି ଏସପିଙ୍କ ବାସଭବନ ନିକଟରେ ଏକ ଦୋକାନରୁ ଫେରୁଫେରୁ ତାଙ୍କ ବାଇକ ଡିକିରୁ 3ଲକ୍ଷ 20 ହଜାର ଟଙ୍କା ଦୁର୍ବୃତ୍ତ ମାନେ ଲୁଟ କରି ଫେରାର ହୋଇ ଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେହିପରି ବାଉଁଶୁଣୀ ଥାନା ଅଞ୍ଚଳରେ ଏକ ଦାମୀ କାରରେ ଦେଢ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଚୋରା ଗଞ୍ଜେଇ ହଠାତ ଗାଏବ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସେହିଭଳି ମନମୁଣ୍ଡା ଥାନାର ବେଙ୍ଗପଦର ଗାଁରେ ଗୁରୁବାର ମଧ୍ୟରାତ୍ରୀରେ 8 ଜଣ ସଶସ୍ତ୍ର ଡକାୟତ 5 ଲକ୍ଷରୁ ଅଧିକ ସୁନାଗହଣା ସହ ନଗଦ ଟଙ୍କା ଡକାୟତି କରିଛନ୍ତି । ସେହିପରି ଗତ 15 ତାରିଖରେ ମନମୁଣ୍ଡା ଥାନା ଅନ୍ତର୍ଗତ ଅଞ୍ଚଳରୁ 8ଲକ୍ଷରୁ ଅଧିକ ଲୁଟ୍‌ ହୋଇଥିଲା ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details