ବୌଦ୍ଧ: ଚୋରି, ଡକାୟତି, ଗୁଣ୍ଡାରାଜ ଓ ମାଦକ ଦ୍ରବ୍ୟର ଚାଲାଣ ପୋଲିସ ପାଇଁ ଏବେ ଏକ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପଟେ ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ବୃଦ୍ଧି ପାଇବାରେ ଲାଗିଛି । ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ପାଇଁ ଜିଲ୍ଲା ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉ କରି ନଷ୍ଟ କରୁଥିବା ବେଳେ ଚୋରି, ଡକାୟତି, ଗୁଣ୍ଡାରାଜ ମଧ୍ୟ ବଢିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ବାଉଁଶୁଣୀ ଥାନା ଅଞ୍ଚଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଶାସନ ଦଳର ଗୋଟିଏ ଗୋଷ୍ଠୀ ଅପହରଣ କରି ବନ୍ଧୁକ ଦେଖାଇବା ସହ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।
ବୌଦ୍ଧରେ ବୃଦ୍ଧି ପାଉଛି ଅପରାଧିକ ମାମଲା - ଅପରାଧିକ ମାମଲା
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ରବିବାର ଗୁଡଭଙ୍ଗା ଜଙ୍ଗଲରେ ଚଢ଼ାଉ କରି ପୋଲିସ ଓ ସହଯୋଗୀ କର୍ମଚାରୀ 116 ଏକରରୁ ଉର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ଶାସନ ଦଳର ଗୋଟିଏ ଗୋଷ୍ଠୀ ଅପହରଣ କରି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା
ଅନ୍ୟପଟେ ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଚାଷରେ ରାଜ୍ୟ ବାହାରର ମାଫିଆଙ୍କ ହାତ ଥିବା ଅଭିଯୋଗ ହୋଇଛି । ରବିବାର ମନମୁଣ୍ଡା ଥାନା ଅନ୍ତର୍ଗତ ମନୁପାଲି ପଞ୍ଚାୟତର ଗୁଡଭଙ୍ଗା ଜଙ୍ଗଲରେ ଚଢ଼ାଉ କରି ପୋଲିସ ଓ ସହଯୋଗୀ କର୍ମଚାରୀ 116 ଏକରରୁ ଉର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଚାରି କୋଟି ଅଠାଅଶୀ ଲକ୍ଷ ହେବ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ