ଓଡିଶା

odisha

ETV Bharat / state

ପ୍ରତିଯୋଗିତା ମୁହାଁ ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା ଓ ସଡକ ଦୁର୍ଘଟଣା - ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା

ଉଭୟ ଚୋରି ଡକାୟତି ସହିତ ସଡକ ଦୁର୍ଘଟଣାର ଚାଲିଛି ପ୍ରତିଯୋଗିତା । ଜିଲ୍ଲାର ବିଭିନ୍ନ ସ୍ଥାନରେ ସିରିଜ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଥିବା ବେଳେ ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଡକାୟତି ଭଳି ଘଟଣା ଜିଲ୍ଲା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ପ୍ରତିଯୋଗିତା ମୁହାଁ ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା-ସଡକ ଦୁର୍ଘଟଣା
ପ୍ରତିଯୋଗିତା ମୁହାଁ ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା-ସଡକ ଦୁର୍ଘଟଣା

By

Published : Feb 2, 2021, 9:21 PM IST

ବୌଦ୍ଧ: ଉଭୟ ଚୋରି ଡକାୟତି ସହିତ ସଡକ ଦୁର୍ଘଟଣାର ଚାଲିଛି ପ୍ରତିଯୋଗିତା । ଜିଲ୍ଲାର ବିଭିନ୍ନ ସ୍ଥାନରେ ସିରିଜ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଥିବାବେଳେ ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଡକାୟତି ଭଳି ଘଟଣା ଜିଲ୍ଲା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ଛୋଟ ବଡ ସଡକ ଦୁର୍ଘଟଣା ହେଉଛି । ସେପଟେ ଏହାକୁ ତାଳ ଦେଇ ଘଟିବାରେ ଲାଗିଛି ଅପରାଧିକ ମାମଲା ।

ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା-ସଡକ ଦୁର୍ଘଟଣା

କେବଳ ନୂତନ ବର୍ଷ ଜାନୁଆରୀ ମାସରେ 50ରୁ ଊର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିଥିବାବେଳେ 20 ରୁ ଅଧିକ ଅପରାଧିକ ମାମଲା ସାମ୍ନାକୁ ଆସିଛି । ଗତ 15 ତାରିଖରେ ମନମୁଣ୍ଡା ଥାନା ଅଞ୍ଚଳରେ ଡକାୟତମାନେ ଜଣେ ବ୍ୟକ୍ତିଙ୍କ ଘରେ ସଶସ୍ତ୍ର ଡକାୟତି କରି କଳାକନା ବୁଲାଇ ଦେଇଥିବା ବେଳେ ପୁଣି 30 ତାରିଖରେ ଆଉ ଏକ ସଶସ୍ତ୍ର ଡକାୟତି ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେହିପରି କଣ୍ଟାମାଳ ଓ ବୌଦ୍ଧ ଥାନା ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ଟଙ୍କା ଲୁଟ ଭଳି ଘଟଣା ସାମ୍ନାକୁ ଆସିଛି ।

ବାଉଁଶୁଣୀ ଅଞ୍ଚଳରେ ଘଟିଥିବା ମୋବାଇଲ ଦୋକାନ ଚୋରି ଓ ଅନ୍ୟ କେତେକ ଘଟଣାରେ ପୋଲିସ ଦୁର୍ବୃତ୍ତଙ୍କୁ ଧରିପାରିଥିବାବେଳେ ଆଉ କିଛି ଘଟଣାର ତଦନ୍ତ ପୋଲିସ କରୁଥିବା ପୋଲିସ ଏସପି ସୂଚନା ଦେଇଛନ୍ତି । ଅପରାଧିକ ମାମଲା ସହିତ ସଡକ ଦୁର୍ଘଟଣା ସାଧାରଣ ଲୋକଙ୍କୁ ଚିନ୍ତିତ କରିଛି । ପୁରୁଣା ଜଗନ୍ନାଥ ସଡକରେ ଗତ ସପ୍ତାହରେ ଏକ ଘରୋଇ ବସ ଡ୍ରାଇଭର ମଦ୍ୟପାନ ଅବସ୍ଥାରେ ଗାଡି ଚଲାଇ ଧଳପୁର ନିକଟସ୍ଥ ଏକ ସେତୁ ଉପରୁ ଖସି ପଡୁ ପଡୁ ବର୍ତ୍ତିଯାଇଥିଲା । ସେପଟେ ମଙ୍ଗଳବାର ପୁଣି ଥରେ ବାଉଁଶୁଣୀ ଥାନା ଅନ୍ତର୍ଗତ ସଦେଇପୁର ନିକଟରେ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details