ଓଡିଶା

odisha

By

Published : Dec 4, 2022, 12:53 PM IST

ETV Bharat / state

ବୌଦ୍ଧରେ ବେଧଡକ ଚାଲିଛି ଗଞ୍ଜେଇ ଚାଷ, ବଢୁଛି ଅପରାଧ

ବୌଦ୍ଧରେ ବେଆଇନ ଗଞ୍ଜେଇ କାରବାର ଯୋଗୁଁ ବୃଦ୍ଧି ପାଉଛି ଅପରାଧିକ ମାମଲା । ହେଲେ ପ୍ରକୃତ ଅପରାଧୀଙ୍କୁ ଛାଡି ନିରୀହ ଗରିବ ଲୋକଙ୍କୁ ବନ ବିଭାଗ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା । ଅଧିକ ପଢନ୍ତୁ

ଗଞ୍ଜେଇ ଚାଷ ପାଇଁ ଜିଲ୍ଲାରେ ବଢୁଛି ଅପରାଧିକ ମାମଲା
ଗଞ୍ଜେଇ ଚାଷ ପାଇଁ ଜିଲ୍ଲାରେ ବଢୁଛି ଅପରାଧିକ ମାମଲା

ବୌଦ୍ଧ: ଅପରାଧୀ ଓ ଗଞ୍ଜେଇ ମାଫିଆଙ୍କ କବ୍ଜାରେ ବିଭିନ୍ନ ଜଙ୍ଗଲ । ହଜାର ହଜାର ଏକର ଜଙ୍ଗଲ ଜମିରେ କେତେକ ଅସାଧୁ ବନ କର୍ମଚାରୀଙ୍କ ସହଯୋଗରେ ଚାଲିଛି ଏଭଳି କାରବାର । ତେବେ ଏଭଳି ବେଆଇନ କାରବାର ତଥା ବ୍ଲାଷ୍ଟିଂ ପଛର ପ୍ରକୃତ ଅପରାଧୀଙ୍କୁ ଛାଡି ନିରୀହ ଗରିବ ଲୋକଙ୍କୁ ବନ ବିଭାଗ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା ।

ଗଞ୍ଜେଇ ଚାଷ ପାଇଁ ଜିଲ୍ଲାରେ ବଢୁଛି ଅପରାଧିକ ମାମଲା

ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାର ଯୋଗୁଁ ବୃଦ୍ଧି ପାଉଛି ଅପରାଧିକ ମାମଲା । ଏହି ସବୁଜ ଜହରର କାରବାର ପଛରେ ବଡବଡ ମାଫିଆଙ୍କୁ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ଧରିବାରେ ବିଫଳ ହେଉଥିବା ବେଳେ ନିରୀହ ଗରିବ ଲୋକଙ୍କୁ ଧରପଗଡ କରାଯାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ଥାନା ସହିତ ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ବିଭିନ୍ନ ଜଙ୍ଗଲ ଜମିରେ ବେଧଡକ ବେଆଇନ ଗଞ୍ଜେଇ ଚାଷ ହେଉଛି । ଏହା ପଛରେ କେତେକ ବନ ଓ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅନେକ ଥର ଅଭିଯୋଗ ହୋଇ ଆସୁଛି ।

ତେବେ ଗତ ସପ୍ତାହରେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଗୁରୁଜୀମୁଣ୍ଡା ଲକଡପାଜୁ ରାସ୍ତାରେ ଗଞ୍ଜେଇ କାଟିବାକୁ ଯାଉଥିବା ଟିମ ଉପରେ ଡିନାମାଇଟ ଦ୍ବାରା ଏକାଧିକବାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ନିକଟବର୍ତ୍ତୀ ଅଞ୍ଚଳରୁ ତିନି ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ସନ୍ଦେହରେ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ବର୍ତ୍ତମାନ ସେମାନଙ୍କ ପରିବାର ନ୍ୟାୟ ଭିକ୍ଷା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ସରିଲା ଶିଳ୍ପ ମହାକୁମ୍ଭ: ମିଳିଲା ୧୦.୪୯ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ତେବେ ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗଞ୍ଜେଇ କାଟିବାକୁ ଉକ୍ତ ରାସ୍ତାରେ ଟିମ ଯାଉଛନ୍ତି ବୋଲି କେଉଁ କର୍ମଚାରୀ ଅପରାଧୀଙ୍କୁ ଖବର ଦେବାରୁ ଏଭଳି ଘଟଣା ଘଟିଲା ସେନେଇ ଚର୍ଚ୍ଚା ଯୋର ଧରିଛି । ବନ ବିଭାଗ ନିଜ ଅପାରଗତାକୁ ଲୁଚାଇବାକୁ ଭରପୁର ଉଦ୍ୟମ କରୁଥିବା ବେଳେ ଏଭଳି ବେଆଇନ କାରବାର ପଛରେ କେତେକ ଖାକି ବର୍ଦ୍ଦିଧାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ପଥର ଓ ଗଛ ଗଣ୍ଡି ପକାଇ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ଘଟଣା ନେଇ ମାନବାଧିକାର କର୍ମୀ ବନ ବିଭାଗର କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବୁଦ୍ଧିଜୀବୀ ଉଭୟ ମାଓ ଗତିବିଧି ଓ ଗଞ୍ଜେଇ ମାଫିଆଙ୍କ କାର୍ଯ୍ୟକୁ ନେଇ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details