ଓଡିଶା

odisha

ETV Bharat / state

ବୌଦ୍ଧର ବିଭିନ୍ନ ବାଜାରରେ କୋଭିଡ ନିୟମ ଉଲ୍ଲଂଘନ, ଜିଲ୍ଲାପାଳଙ୍କ ଉଦବେଗ ପ୍ରକାଶ - ବୌଦ୍ଧରରେ କୋଭିଡ ନିୟମ ଉଲ୍ଲଂଘନ

ଲୋକେ ମାସ୍କ ପରିଧାନ କିମ୍ବା ସାମାଜିକ ଦୂରତା ବଜାୟ ରଖୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବୋଦ୍ଧ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବୌଦ୍ଧର ବିଭିନ୍ନ ବାଜାରରେ କୋଭିଡ ନିୟମ ଉଲ୍ଲଂଘନ, ଜିଲ୍ଲାପାଳଙ୍କ ଉଦବେଗ ପ୍ରକାଶ
ବୌଦ୍ଧର ବିଭିନ୍ନ ବାଜାରରେ କୋଭିଡ ନିୟମ ଉଲ୍ଲଂଘନ, ଜିଲ୍ଲାପାଳଙ୍କ ଉଦବେଗ ପ୍ରକାଶ

By

Published : Jul 17, 2020, 12:44 AM IST

ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ବିଶେଷ ଭାବରେ ସ୍ଥାନୀୟ ସଂକ୍ରମଣ ପ୍ରଶାସନର ଚିନ୍ତା ବଢାଇଥିବା ବେଳେ ବିଭିନ୍ନ ବଜାରରେ କିନ୍ତୁ ଅମାନିଆ ଲୋକେ ସରକାରଙ୍କ ନିୟମ ଓ ପରାମର୍ଶକୁ ପାଳନ କରୁନଖିବା ଦେଖିବାକୁ ମିଳୁଛି । ଲୋକେ ମାସ୍କ ପରିଧାନ କିମ୍ବା ସାମାଜିକ ଦୂରତା ବଜାୟ ରଖୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବୋଦ୍ଧ ଜିଲ୍ଲାପାଳ ।

ବୌଦ୍ଧର ବିଭିନ୍ନ ବାଜାରରେ କୋଭିଡ ନିୟମ ଉଲ୍ଲଂଘନ, ଜିଲ୍ଲାପାଳଙ୍କ ଉଦବେଗ ପ୍ରକାଶ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏବେସୁଦ୍ଧା ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ ଚିହ୍ନଟ ଅଧିକାଂଶ ଆକ୍ରାନ୍ତଙ୍କ ଗଞ୍ଜାମ ଲିଙ୍କ୍‌ ରହିଥିବା ସୂଚନା ମିଳିଛି । ଏପରିସ୍ଥଳେ ସୀମା ସିଲ ହୋଇନଥିବାରୁ ବହୁ ଗଞ୍ଜାମ ଫେରନ୍ତା ବିନା ସୂଚନାରେ ଜିଲ୍ଲାରେ ପ୍ରବେଶ କରି ସଂକ୍ରମଣର ଆଶଙ୍କା ସୃଷ୍ଟି କରୁଛନ୍ତି ।

ସେପଟେ ବୌଦ୍ଧ ବଜାର ସହିତ ବାଉଁଶୁଣୀ ବଜାର, ଦହ୍ୟା ବଜାର ଓ ମନମୁଣ୍ଡା ବଜାର ଅଞ୍ଚଳରେ ଅନେକ ଅମାନିଆ ବିନା ମାସ୍କ ଓ ସାମାଜିକ ଦୂରତା ନରଖି ବୁଲାବୁଲି କରୁଛନ୍ତି । ତେବେ ଏହାକୁ ନେଇ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details