ଓଡିଶା

odisha

ETV Bharat / state

ମେରୁ ଯାତ୍ରାରେ କଟକଣାକୁ ଫୁ’ - meru yatra

ବୌଦ୍ଧ ଜିଲ୍ଲାର ଶତାଧିକ ଶୈବପୀଠରେ ଦଣ୍ଡ ଯାତ୍ରାର ଶେଷ ଦିନ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି । ଯେଉଁଥିରେ ସବୁ କୋରୋନା କଟକଣାକୁ ଫୁ’ କରି ଦେଇଛନ୍ତି ଲୋକେ । ଅଧିକ ପଢନ୍ତୁ...

ମେରୁ ଯାତ୍ରାରେ କଟକଣା ଭୁଲିଗଲେ ଲୋକେ
ମେରୁ ଯାତ୍ରାରେ କଟକଣା ଭୁଲିଗଲେ ଲୋକେ

By

Published : Apr 14, 2021, 10:13 PM IST

ବୌଦ୍ଧ: ଆଜି(ବୁଧବାର) ଦଣ୍ଡଯାତ୍ରାର ଅନ୍ତିମ ଦିବସ ବା ମେରୁ ଯାତ୍ରା । ବୌଦ୍ଧ ଜିଲ୍ଲାର ଶତାଧିକ ଶୈବପୀଠରେ ଏହି ଯାତ୍ରା ପାଳିତ ହୋଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦଣ୍ଡ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାବେଳେ ଲୋକମାନେ ଏହାକୁ ଖୋଲିଖୋଲି ଭାବେ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି ।

ମେରୁ ଯାତ୍ରାରେ କଟକଣା ଭୁଲିଗଲେ ଲୋକେ

ପଣା ସଂକ୍ରାନ୍ତିରେ ଦଣ୍ଡ ଯାତ୍ରାର ଶେଷ ଦିନକୁ ମେରୁ ଯାତ୍ରା ଭାବରେ ପାଳନ କରାଯାଏ । ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ ମେରୁଯାତ୍ରା ଅନୁଷ୍ଠିତ ହୋଇଛି । ଯେଉଁଥିରେ ଲୋକମାନେ ସବୁ କଟକଣାକୁ ବଳି ପକାଇ ଦେଇଛନ୍ତି ।

ମେରୁ ଯାତ୍ରାରେ କଟକଣା ଭୁଲିଗଲେ ଲୋକେ

ଯାତ୍ରାରେ କୋରୋନା କଟକଣା ଲାଗୁ ହୋଇଥିଲେ ମଧ୍ୟ ଜିଲ୍ଲାର ତିନୋଟି ବ୍ଲକର ଅଧିକାଂଶ ଦଣ୍ଡଯାତ୍ରା ଦଳ ଏହି କଟକଣାକୁ ଆଦୌ ପାଳନ କରିନଥିବା ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ଅନୁଷ୍ଠିତ ମେରୁଯାତ୍ରାରେ ମାସ୍କ ପରିଧାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କୋଭିଡ ନିୟମକୁ ଲୋକମାନେ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି । ଏନେଇ ସଚେତନ ନାଗରିକ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି ।

ମେରୁ ଯାତ୍ରାରେ କଟକଣା ଭୁଲିଗଲେ ଲୋକେ

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details