ବୌଦ୍ଧ:ବୌଦ୍ଧ ଜିଲ୍ଲାରୁ ଚିହ୍ନଟ ହେଲେ 9 ଜଣ କୋରୋନା ଆକ୍ରାନ୍ତ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ପଜେଟିଭ ବଲାସିଙ୍ଗା, ଜହ୍ନାପଙ୍ଗ, କମଳପୁର ଅଞ୍ଚଳର ହୋଇଥିବା ଜଣାପଡିଛି । ଫଳରେ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ସେପଟେ ପ୍ରଥମ ଥର ପାଇଁ ଦପଲା ପଞ୍ଚାୟତରେ ପଜେଟିଭ ଚିହ୍ନଟ ପରେ ରବିବାର ଠାରୁ ବଉଲସିଙ୍ଗା ଗାଁକୁ ତିନି ଦିନ ପାଇଁ କଣ୍ଟେନମେଣ୍ଟ ଜୋନଘୋଷଣା କରାଯାଇଛି ।
ବୌଦ୍ଧରେ ବଢୁଛି କୋଭିଡ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୬ - ବୌଦ୍ଧରେ ବଢୁଛି କୋଭିଡ ମାମଲା
ବୌଦ୍ଧରେ ବଢୁଛି କୋଭିଡ ମାମଲା । ଲକଡାଉନ, ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଯୋଗୁଁ ପ୍ରଭାବିତ ହେଉଛି ଜୀବନଜୀବିକା । ଏଭଳି ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ.....
ବୌଦ୍ଧରେ ବଢୁଛି କୋଭିଡ ମାମଲା , ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୬
ଲକଡାଉନ, ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା ମଧ୍ୟରେ ବିଶେଷ ଭାବରେ ସାଧାରଣ ଲୋକ ଜୀବନ ଜୀବିକା କୁନେଇ ଗଭୀର ଭାବରେ ପ୍ରଭାବିତ କରିଛି ବୋଲି ଜିଲ୍ଲା ବିଜେପି କହିଛି। ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ସୀମାସିଲ ଉପରେ ଗୁରୁତ୍ବ ଦେବାକୁ ଦଳ ଦାବି କରିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ
Last Updated : Aug 2, 2020, 9:07 AM IST