ବୌଦ୍ଧ: ସାମ୍ବାଦିକଙ୍କ ବହୁବିଧ ସମସ୍ୟା କୁନେଇ ସାଧାରଣ ପରିଷଦ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି । ରବିବାର ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଠାରେ ଓଜେୟୁ ଶାଖାର ସାଧାରଣ ପରିଷଦ ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । କୋରୋନା ମହାମାରୀ ସଙ୍କଟ କାଳରେ ସାମ୍ବାଦିକ ମାନେ ଜୀବନକୁ ବାଜି ଲଗାଇ ନିଜର ସେବା ଯୋଗାଇଥିବା ବେଳେ କରୋନା ଜନିତ ମୃତ୍ୟୁ ପାଇଁ ସରକାର ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।
ସାମ୍ବାଦିକଙ୍କ ଟୀକାକରଣକୁ ନେଇ ଉଦବେଗ - ବୌଦ୍ଧ ସାମ୍ବାଦିକଙ୍କ ଟୀକାକରଣକୁ ନେଇ ଉଦବେଗ
ସାମ୍ବାଦିକଙ୍କ ବହୁବିଧ ସମସ୍ୟା କୁନେଇ ସାଧାରଣ ପରିଷଦ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି । ରବିବାର ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଠାରେ ଓଜେୟୁ ଶାଖାର ସାଧାରଣ ପରିଷଦ ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ...

ତେବେ ବର୍ତ୍ତମାନ କରୋନା ପ୍ରତିଷେଧକ ଟୀକାକରଣ ସମୟରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଏହି ଟିକା ପ୍ରଦାନ ବ୍ୟବସ୍ଥା କରାଯାଇ ନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି ।ରବିବାର ଜିଲ୍ଲା ସାଧାରଣ ପରିଷଦ ବୈଠକରେ ଅତିଥି ରୂପେ ରାଜ୍ୟ ସାଧାରଣ ସମ୍ପାଦକ ଶଶି ଭୂଷଣ ପ୍ରହରାଜ, ରାଜ୍ୟ ସଂଗଠକ ସଞ୍ଜିବ ନାୟକ, ରାଜ୍ୟ ଉପ ସଭାପତି ଶ୍ରୀନିବାସ ରାଓ, ଦିଲ୍ଲୀପ ମିଶ୍ର, ଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକ, ସଂପାଦକ ପ୍ରୀତି ରଞ୍ଜନ ଦାଶ, ଉପଦେଷ୍ଟା ଦିବ୍ୟ ଶଙ୍କର ରାଉତ ଓ ଯୁଗଳ କିଶୋର ସାମଲଙ୍କ ସମେତ ଜିଲ୍ଲାର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ