ବୌଦ୍ଧ: ମଣ୍ଡି ପାଇଁ ଚିନ୍ତାରେ ପଡିଛନ୍ତି ବୌଦ୍ଧ ଚାଷୀ । ବୌଦ୍ଧ ଜିଲ୍ଲାରେ କପାଚାଷ ନିମନ୍ତେ ଉତ୍କୃଷ୍ଟ ଭିତ୍ତିଭୂମି ରହିଥିଲେ ମଧ୍ୟ ମଣ୍ଡି ନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ମଣ୍ଡି ପାଇଁ ଚିନ୍ତାରେ ବୌଦ୍ଧ ଚାଷୀ - problem face farmer
ବୌଦ୍ଧ ଜିଲ୍ଲାରେ କପାଚାଷ ନିମନ୍ତେ ଉତ୍କୃଷ୍ଟ ଭିତ୍ତିଭୂମି ରହିଥିଲେ ମଧ୍ୟ ମଣ୍ଡି ନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଜିଲ୍ଲାର ତିନୋଟି ବ୍ଲକରେ ହଜାର ହେକ୍ଟରରୁ ଅଧିକ ଜମିରେ କପା ଚାଷ ହେଉଛି । ମାତ୍ର ମଣ୍ଡି ଖୋଲିବା ନିମନ୍ତେ ଦୁଇ ହଜାର ହେକ୍ଟର କପାଚାଷ ହେବା ଆବଶ୍ୟକ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ଅପରପକ୍ଷରେ ଜିଲ୍ଲାର ଉପଯୁକ୍ତ ବାତାବରଣକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟର ବେପାରୀ ସ୍ଥାନୀୟ ଲୋକଙ୍କ ଠାରୁ ଜମି ସ୍ବଳ୍ପ ମୂଲ୍ୟରେ କିଣୁଛନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦା ପରିଶ୍ରମ କରି କପାଚାଷ କରିଥିଲେ ମଧ୍ୟ ଏଥିପାଇଁ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ କିମ୍ବା ମଣ୍ଡି ଜିଲ୍ଲାରେ ନଥିବାରୁ ହଇରାଣ ହରକତ ହେଉଛନ୍ତି ଚାଷୀ । ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଦେବାକୁ ବୌଦ୍ଧ ଚାଷୀମାନେ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ