ଓଡିଶା

odisha

ETV Bharat / state

ପାଲଝାର ଫାର୍ମରେ ଦୁର୍ନୀତିର ନୂଆ ଫର୍ମୁଲା, ନୂଆ ଟୋକନରେ ପୁରୁଣା ଧାନ

ଧାନ ବିକ୍ରି ପାଇଁ ଦୁର୍ନୀତିର ନୂଆ ଫର୍ମୁଲା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ କୃଷି ଫାର୍ମ ପାଲଝାରଠାରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପାଲଝାର ଫାର୍ମରେ ଦୁର୍ନୀତିର ନୂଆ ଫର୍ମୁଲା, ନୂଆଁ ଟୋକନରେ ପୁରୁଣା ଧାନ
ପାଲଝାର ଫାର୍ମରେ ଦୁର୍ନୀତିର ନୂଆ ଫର୍ମୁଲା, ନୂଆଁ ଟୋକନରେ ପୁରୁଣା ଧାନ

By

Published : Dec 24, 2020, 1:45 PM IST

ବୌଦ୍ଧ: ଧାନ ବିକ୍ରି ପାଇଁ ଦୁର୍ନୀତିର ନୂଆ ଫର୍ମୁଲା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ କୃଷି ଫାର୍ମ ପାଲଝାରଠାରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ବିଗତ ଦୁଇ ବର୍ଷ ହେଲା ପାଲଝାର ଫାର୍ମ ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ କୃଷି ବିଭାଗର ଉଦାସୀନତା ଯୋଗୁଁ ଏଠାକାର ଦାୟିତ୍ଵରେ ଥିବା ଯନ୍ତ୍ରୀମାନେ ସବୁ ସରକାରୀ ନିୟମକୁ ଜଳାଞ୍ଜଳି ଦେଉଥିବା ଅଭିଯୋଗ ହୋଇଛି ।

ପାଲଝାର ଫାର୍ମରେ ଦୁର୍ନୀତିର ନୂଆ ଫର୍ମୁଲା, ନୂଆଁ ଟୋକନରେ ପୁରୁଣା ଧାନ

ଗତ ବର୍ଷ ଏହି ବିହନ ଗବେଷଣା କେନ୍ଦ୍ରରେ ଲକ୍ଷ ଲକ୍ଷ ଟଙ୍କାର ଧାନ ବିହନ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଚଳିତ ବର୍ଷ ନୂଆ ଟୋକନରେ ପୁରୁଣା ଧାନବିକ୍ରି ପାଇଁ ଉଦ୍ୟମ କରି ହଟହଟା ହୋଇଛନ୍ତି ଏହି ସରକାରୀ ବାବୁ । ବଘିଆପଡା ସମବାୟ ସମିତିରେ ଧାନବିକ୍ରି ପାଇଁ ସଲାସୁତୁରା କରୁଥିବା ସମୟରେ ସମବାୟ ସମ୍ପାଦକ ଏଭଳି ବେନିୟମ କାର୍ଯ୍ୟ ପାଇଁ ରୋକଠୋକ ମନାକରି ଧାନ ଫେରାଇ ଦେଇଥିଲେ । ତେବେ ଉକ୍ତ ଧାନ ମଧ୍ୟରୁ ଅଧିକାଂଶ ଏବେ ପାଲଝାର ଫାର୍ମ ପରିସରରେ ଖତ ପାଇଁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଏହି ସରକାରୀ ବାବୁଙ୍କ ନାଁରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details