ବୌଦ୍ଧ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବୌଦ୍ଧ ଜିଲ୍ଲାର ବିଜେପି କର୍ମୀ । ଜିଲ୍ଲା ଗଠନ ପରେ ଆବାସ ଯୋଜନା ଦୁର୍ନୀତି ବୋଧହୁଏ ସବୁଠାରୁ ବଡ ଦୁର୍ନୀତି । ଜିଲ୍ଲାର ତଳଗାଁ, ମହାଲିକପଡା, ଆଢେଣୀଗଡ, ମଥୁରା, ରାଧାନଗର, ଧଳପୁର ଭଳି ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ଏନେଇ ବୁଧବାର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କ ନେତୃତ୍ବରେ ବିଜେପିର ନେତା ଓ କର୍ମୀ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।