ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ସାବାଡ କରିବାକୁ ପ୍ରସ୍ତୁତ ପ୍ରଶାସନ - Corruption in Pradhan Mantri Awas Yojana

ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପ୍ରକଳ୍ପ ନିର୍ଦ୍ଦେଶକ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇ କହିଛନ୍ତି । ଅଧିକ ଖବର ପଢନ୍ତୁ...

ଏଣିକି ଆବାସ ଦୁର୍ନୀତିଗ୍ରସ୍ତଙ୍କୁ ଛାଟ ଦେବା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ଏଣିକି ଆବାସ ଦୁର୍ନୀତିଗ୍ରସ୍ତଙ୍କୁ ଛାଟ ଦେବା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

By

Published : Nov 13, 2020, 11:24 AM IST

Updated : Nov 13, 2020, 11:31 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଆବାସ ଯୋଜନା ବାଟବଣା ହୋଇଥିବା ବେଳେ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସାଲିସରେ ଏହି ଆବାସ ମହା ଦୁର୍ନୀତି ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସମୁଦାୟ ୨୨ ଟି ପଞ୍ଚାୟତ ମଧ୍ୟରୁ 15ରୁ ଉର୍ଦ୍ଧ୍ବ ପଞ୍ଚାୟତ ରେ ବ୍ୟାପକ ଆବାସ ଦୁର୍ନୀତି ଏବେ ଜିଲ୍ଲା ପ୍ରଶାସନର ସ୍କାନରକୁ ଆସିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ସାବାଡ କରିବାକୁ ପ୍ରସ୍ତୁତ ପ୍ରଶାସନ

ପ୍ରତ୍ୟେକ ଦିନ ଭାନୁମତିର ରହସ୍ୟମୟ ପେଡି ଖୋଲିଲା ଭଳି ଆବାସ ଦୁର୍ନୀତିର ନୂଆ ନୂଆ ଘଟଣା ପଞ୍ଚାୟତ କୁ ଲଜ୍ଜିତ କରୁଛି । କେଉଁଠି ସ୍ବାମୀ ସ୍ତ୍ରୀ ଉଭୟଙ୍କ ନାରେ ସରକାରୀ ଘର ମିଳିଥିବା ବେଳେ ଅନ୍ୟ କେଉଁଠି ସରପଞ୍ଚ ଙ୍କ ସମ୍ପର୍କୀୟ ତଥା ଧନୀ ଶ୍ରେଣୀୟ ଅନୁଗତଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଘର । ଏନେଇ ଖୋଦ ନିର୍ବାଚିତ ଜନ ପ୍ରତିନିଧି ଉଦବେଗ ପ୍ରକାଶ ସହିତ ଏହି ଦୁର୍ନୀତି ର ଭିଜିଲାନ୍ସ କିମ୍ବା ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ଏଣିକି ଆବାସ ଦୁର୍ନୀତିଗ୍ରସ୍ତଙ୍କୁ ଛାଟ ଦେବା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ

ସେପଟେ ହରଭଙ୍ଗା ବ୍ଲକର ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ନେଇ ନିର୍ଦ୍ଦିଷ୍ଟ ପଞ୍ଚାୟତ ଗୁଡିକ ଉପରେ ତଦନ୍ତ ଚାଲିଥିବା ତଥା ଏନେଇ ଯେକେହି ମଧ୍ୟ ସାମିଲ ଥିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପିଡି ଡିଆରଡିଏ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 13, 2020, 11:31 AM IST

ABOUT THE AUTHOR

...view details