ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ତେବେ ଏଭଳି ଦୁର୍ନୀତିର ଚେର କେଉଁ କେଉଁ ଆଡେ ଲମ୍ବିଛି ତାର ଆକଳନ କରିବା ମଧ୍ୟ ମୁସ୍କିଲ ହୋଇପଡିଛି । ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତର ବଡମାଳ, କନ୍ଧ ଧୃମାଳ ଭଳି ଗ୍ରାମର ମୃତ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଭଳି ଲଜ୍ଜା ଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ଏହି ଦୁର୍ନୀତିରେ ଟିକରପଡା,ମଥୁରା, ରାଧାନଗର,ବାମଣ୍ଡା ଭଳି ପଞ୍ଚାୟତ ଜଡ଼ିତ ଥିବା ବରିଷ୍ଠ ବିଜେପି ନେତା ଅଭିଯୋଗ କରିଛନ୍ତି ।
ଆବାସ ଯୋଜନାରେ ଦୁର୍ନୀତି, କଠୋର କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ - ବୌଦ୍ଧ ମୁଣ୍ଡାପଡା ପଞ୍ଚାୟତ
ବୌଦ୍ଧ ମୁଣ୍ଡାପଡା ପଞ୍ଚାୟତର ମୃତ ହିତାଧିକାରୀଙ୍କ ଆବାସ ଟଙ୍କା ହଡପ ଭଳି ଲଜ୍ଜା ଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଥିବା ବେଳେ ବର୍ତ୍ତମାନ ଏହି ଦୁର୍ନୀତିରେ ଟିକରପଡା,ମଥୁରା ଭଳି ପଞ୍ଚାୟତ ଜଡ଼ିତ ଥିବା ବରିଷ୍ଠ ବିଜେପି ନେତା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ଆବାସ ଯୋଜନାରେ ଦୁର୍ନୀତି, କଠୋର କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ
ସେପଟେ ଏହି ଦୁର୍ନୀତିର ଅଭିଯୋଗକୁ ଖୋଦ ପ୍ରକଳ୍ପ ନିର୍ଦ୍ଦେଶକ ସ୍ବୀକାର କରିବା ସହ ଏହି ଦୁର୍ନୀତିରେ ସାମିଲ ଥିବା ବ୍ୟକ୍ତି ବା ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାକିରିରୁ ବହିଷ୍କାର ତଥା ଆବଶ୍ୟକ ହେଲେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ