ବୌଦ୍ଧ: ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ।
10 ରୁ 20 ହଜାର ଟଙ୍କା ଲାଞ୍ଚ ନଦେଲେ ହିତାଧିକାରୀଙ୍କୁ ପକ୍କା ଘର ମିଳୁନାହିଁ । ଏପରିକି ଭିକ୍ଷା ବୃତ୍ତି ଓ ବେସାହାରା ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ପାଇଁ ବାଧ୍ୟ କରାଯାଉଥିବା ସାଙ୍ଘାତିକ ଅଭିଯୋଗ ହୋଇଛି । ଲାଣ୍ଡିବନ୍ଧ ଓ ବଡବାଗବର ଗାଁରେ ଏଭଳି ଅନେକ ହିତାଧିକାରୀଙ୍କୁ ଟଙ୍କା ନଦେବାରୁ ପଞ୍ଚାୟତ ପକ୍ଷରୁ ଘର ପ୍ରଦାନ କରାଯାଉ ନାହିଁ ।