ଓଡିଶା

odisha

ETV Bharat / state

ବୌଦ୍ଧରେ ବାଟବଣା Mo Guhala Yojana - ମୋ ଗୁହାଳ ଯୋଜନା

ବୌଦ୍ଧ ଜିଲ୍ଲାର ଗୋପାଳକ ଓ ଅନ୍ୟାନ୍ୟ ପଶୁପାଳକଙ୍କୁ ମିଳୁ ନାହିଁ ସରକାରୀ ସହାୟତା କିମ୍ବା ମୋ ଗୁହାଳ ଯୋଜନା ।ଏନେଇ ଗୋପାଳକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବିଭାଗୀୟ ଅଧିକାରୀ ଘଟଣାକୁ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ବାଟ ହୁଡିଛି ମୋ ଗୁହାଳ ଯୋଜନା
ବୌଦ୍ଧ ଜିଲ୍ଲାରେ ବାଟ ହୁଡିଛି ମୋ ଗୁହାଳ ଯୋଜନା

By

Published : Dec 25, 2021, 1:20 PM IST

ବୌଦ୍ଧ:ବାଟବଣା ହେଉଛିମୋ ଗୁହାଳ ଯୋଜନା (Mo Guhala Yojana Odisha)ଫଳରେ ଯୋଜନାରୁ ବଞ୍ଚିତଜିଲ୍ଲାର ଗୋ ପାଳକ ଅନ୍ୟାନ୍ୟ ପଶୁ ପାଳକ । ପଶୁ ପାଳକଙ୍କ ପାଇଁ ଏହି ଯୋଜନା ହୋଇଥିବା ବେଳେ ଏବେ ଏଥିରେ ବ୍ୟତିକ୍ରମ ହେଉଛି । ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାରେ ବାଟ ହୁଡିଛି ମୋ ଗୁହାଳ ଯୋଜନା

ବୌଦ୍ଧ ଜିଲ୍ଲାରେ ୬୯ ଗୋଟି ପଞ୍ଚାୟତରେ ଶତକଡା ତିରିଶ ପ୍ରତିଶତରୁ ଊର୍ଦ୍ଧ୍ବ ଗୋପାଳକ ଓ ଅନ୍ୟାନ୍ୟ ପଶୁପାଳକ ରହିଥିବା ବେଳେ ପଞ୍ଚାୟତ ସ୍ତରରେ ବ୍ୟାପକ ଦୁର୍ନୀତି ଯୋଗୁଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ । ଏଥିସହ ସରକାରଙ୍କ ଏହି ଯୋଜନା ବିଷୟରେ ଆଜିବି ପର୍ଯ୍ୟନ୍ତବି ଅବଗତ ନାହାନ୍ତି ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଲୋକେ । ଏନେଇ ଗୋ ସେବକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details