ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ । ସ୍ଥାନୀୟ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବର୍ଷର ଶହେ ଦିନ କାମ ଯୋଗାଇବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଏହି କଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେଉଛି । ଦୁର୍ନୀତି ନେତୃତ୍ବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ବାବୁ ନେଇଥିବା ସ୍ଥାନୀୟ ସରପଞ୍ଚ ଓ ସମୀତି ସଭ୍ୟ ଅଭିଯୋଗ କରିଛନ୍ତି ।
ମନରେଗା ଯୋଜନାରେ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି । ପୋଖରୀ ଖନନ, ରାସ୍ତା ଘାଟ ନିର୍ମାଣ ଭଳି ବିଭିନ୍ନ କାର୍ଯ୍ୟରେ ଶ୍ରମିକଙ୍କ ଦ୍ବାରା କରିବା ପାଇଁ ନିୟମ ରହିଥିଲେ ଏହାକୁ ଧ୍ୟାନ ଦେଉ ନାହିଁନ୍ତି ଠିକାଦାର ସଂସ୍ଥା । ମନରେଗା କାର୍ଯ୍ୟରେ ମେସିନ ବ୍ୟବହାର ଯୋଗୁଁ ଶ୍ରମଜୀବୀମାନେ ଗଭୀର ପ୍ରଭାବିତ ହେଉଛନ୍ତି । ମେସିନ ଦ୍ବାରା କାମ କରାଇ ଟଙ୍କା ହଡ଼ପ କରୁଥିବା ଆଭିଯୋଗ ହୋଇଛି । ହରଭଙ୍ଗା ବ୍ଲକର ତଳଗାଁ, ମହାଲିକପଡା, ଛତରଙ୍ଗ, ଲୁଣିବାହାଲ, ପୀତାମ୍ବରପୁର, ଧଳପୁର, ଆଢେଣୀଗଡ ଭଳି ଅନେକ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ।