ବୌଦ୍ଧ:ଉପାନ୍ତ ଅଞ୍ଚଳର ବିକାଶରେ ବାଧକ ସାଜିଛି ଗମନାଗମନର ଅସୁବିଧା । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ମହାଲିକପଡା ପଞ୍ଚାୟତ ଅନ୍ତର୍ଗତ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ରହିଛି ପାଞ୍ଚରୁ ଊର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏସବୁ ଅଞ୍ଚଳରେ ଗମନାଗମନର ସୁବିଧା ନଥିବାରୁ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ପାନୀୟଜଳ, ବିଦ୍ୟୁତ, ଆବାସ, ଜଳସେଚନ ସୁବିଧା ପାଇ ପାରୁନାହାନ୍ତି ଲୋକେ ।
ମହାଲିକପଡାରେ ଅସମ୍ପୂର୍ଣ୍ଣ ସେତୁରେ ଦୁର୍ନୀତି ! - ମହାଲିକପଡାରେ ନାହିଁ ଗମନାଗମନ ସୁବିଧା
ଉପାନ୍ତ ଅଞ୍ଚଳକୁ ବିକାଶର ବାଟ ଓଗାଳିଛି ଗମନାଗମନର ଅସୁବିଧା । ୧୦ ବର୍ଷ ତଳେ ଆରମ୍ଭ ହୋଇଥିବା ସେତୁ ନିର୍ମାଣ କାର୍ଯ୍ୟ ସରୁିନଥିବାରୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
ମହାଲିକପଡାରେ ଅସମ୍ପୂର୍ଣ୍ଣ ସେତୁରେ ଦୁର୍ନୀତି !
ଏହି ସମସ୍ୟା ଦୂର କରିବା ପାଇଁ ହରଭଙ୍ଗା ବ୍ଲକ ପକ୍ଷରୁ ୧୦ଲକ୍ଷ ବ୍ୟୟ ଅଟକଳରେ ଦଶ ବର୍ଷ ତଳେ ମହାଲିକପଡା ପଞ୍ଚାୟତର ନୂଆପଡାକୁ ସଂଯୋଗ ପାଇଁ ଗାଁ ନିକଟସ୍ଥ ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦୀର୍ଘ ଦଶ ବର୍ଷ ପରେ ମଧ୍ୟ ଏହି ସେତୁ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବାରୁ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଠିକା କାର୍ଯ୍ୟ ହାତେଇଥିବା ଠିକାଦାର ଦଶ ଲକ୍ଷ ଟଙ୍କାର ବିଲ୍ ଧରି ଚମ୍ପଟ ମାରିଥିବା କୁହାଯାଉଛି । ଏନେଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ