ବୌଦ୍ଧ: ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି ସର୍ବପୁରାତନ ବିହନ ଉତ୍ପାଦନ କେନ୍ଦ୍ର । ଦୁର୍ନୀତିକୁ ଚପାଇବାକୁ ଯାଇ ଜଣେ କିରାଣୀଙ୍କୁ ନିଲମ୍ବିତ କରି ସମଗ୍ର ଘଟଣା ଉପରେ ପରଦା ପକାଇବାକୁ ଚେଷ୍ଟା କରାଯାଇଛି ।
ଜିଲ୍ଲାର ପାଲଝାର କୃଷିଫାର୍ମରେ ଦିନ ଥିଲା ପାଞ୍ଚ ଶହ ଏକରରୁ ଉର୍ଦ୍ଧ୍ବ ସ୍ଥାନରେ ଫଳ ପନିପରିବା ଓ ଉନ୍ନତ ମାନର ଧାନଚାଷ ହେଉଥିଲା । ସମୟକ୍ରମରେ ଏହି ସ୍ଥାନରେ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଖୋଲିବାରୁ ଏହାର ପରିସୀମା ବର୍ତ୍ତମାନ 75 ଏକରରେ ସୀମିତ ରହିଛି । ଏଠାରେ ରହିଛି ଜିଲ୍ଲାର ଏକମାତ୍ର ସରକାରୀ ଧାନ ବିହନ ପ୍ରସ୍ତୁତ କେନ୍ଦ୍ର । କିନ୍ତୁ ବିଭାଗୀୟ ଉଦାସୀନତା ତଥା ପ୍ରବଳ ମାତ୍ରାରେ ଦୁର୍ନୀତି ଯୋଗୁଁ ଏବେ ସମ୍ପୂର୍ଣ୍ଣ ଦୟନୀୟ ହୋଇପଡିଛି ଏହି ଅନୁଷ୍ଠାନ । ବର୍ତ୍ତମାନ ଏଠାକୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଠିକରେ ଆସୁ ନଥିବାରୁ ଗାଇଗୋରୁଙ୍କ ଚରାଭୂଇଁ ପାଲଟି ଯାଇଛି ।