ବୌଦ୍ଧ: ଅସହାୟ ଓ ଗରିବ ଲୋକଙ୍କ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପଞ୍ଚାୟତ ସ୍ତରରେ ଯୋଜନା କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତରେ ହିତାଧିକାରୀଙ୍କୁ ଘର ମିଳିବା ପରେ ମଧ୍ୟ ସେମାନେ ଜରିପାଲ ଟଣା ଏକ ଗାଇ ଗୁହାଳରେ ଦିନ କାଟୁଛନ୍ତି ।
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୁହାଳେ ରହୁଛନ୍ତି ହିତାଧିକାରୀ - ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ
ମଥୁରା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ହିତାଧିକାରୀଙ୍କୁ ମିଳୁନି ପକ୍କା ଘର । ଅଧିକ ପଢନ୍ତୁ...
ସୂଚନା ମୁତାବକ ମଥୁରା ଗାଁର ସନ୍ତୋଷ କୁମାର ମେହେର 2016-17 ଆର୍ଥିକ ବର୍ଷରେ ଏକ ଆବାସ ଘରପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଅଗ୍ରାଧିକାର ତାଲିକାରେ ନାଁ ବି ରହିଥିଲା । କିନ୍ତୁ ଏହି ଗୃହ ପ୍ରଦାନରେ ଚଞ୍ଚକତା କରାଯାଇ ଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ସନ୍ତୋଷଙ୍କୁ ଆଫିଡେବିଡ ମାଧ୍ୟମରେ ବଦଳ କରିଦିଆଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଦୁର୍ନୀତି ସମ୍ପର୍କରେ ଖୋଦ ନାଏବ ସରପଞ୍ଚ ଦୀର୍ଘ ଦିନ ଧାରଣା ଦେଇଥିଲେ । ହେଲେ ,କୈଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଯାହା ପଞ୍ଚାୟତର ସ୍ବଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ