ଓଡିଶା

odisha

ପୁରୁଣାକଟକ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

By

Published : Mar 1, 2020, 2:24 PM IST

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଞ୍ଚାୟତ ଏବେ ବ୍ୟାପକ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅଭିଯୋଗ ହୋଇଛି ।

Corruption allegation
ପୁରୁଣାକଟକ ପଞ୍ଚାୟତରେ ଦୁର୍ନୀତି

ବୌଦ୍ଧ: ପଞ୍ଚାୟତ ବୈଠକରେ ଦୁର୍ନୀତି ଓ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ । ପଞ୍ଚାୟତର ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗକୁ ଖୋଦ ସରପଞ୍ଚ ସ୍ବୀକାର କରିଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଞ୍ଚାୟତ ଏବେ ବ୍ୟାପକ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅଭିଯୋଗ ହୋଇଛି ।

ପୁରୁଣାକଟକ ପଞ୍ଚାୟତରେ ଦୁର୍ନୀତି

ଶନିବାର ପଞ୍ଚାୟତ ବୈଠକରେ ପଞ୍ଚାୟତର ଓ୍ବାର୍ଡମେମ୍ବରମାନେ ମିଳିତ ଭାବେ ପ୍ରବଳ ହଟ୍ଟଗୋଳ କରିଥିଲେ । ହିତାଧିକାରୀଙ୍କ ଚାଉଳ, କିରୋସିନି ହଡପ ସହ ପାନୀୟ ଜଳ, ଲାଇଟ, ରାସ୍ତା ନିର୍ମାଣ ସବୁ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ମେମ୍ବରମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘେରିବା ସହ ସରପଞ୍ଚ ଅନ୍ୟମାନଙ୍କ ଦ୍ବାରା ପରିଚାଳିତ ଜଣେ କାଠ କଣ୍ଢେଇ ବୋଲି ଅଭିଯୋଗ କରିଛନ୍ତି ।

ପଞ୍ଚାୟତରେ କେତେକ ଅସାଧୁ କର୍ମଚାରୀ ହିତାଧିକାରୀଙ୍କ ରାସନ ଓ ଭତ୍ତା କାର୍ଡକୁ ମଧ୍ୟ ବନ୍ଧା ରଖି ଲୋକଙ୍କୁ ବେଆଇନ ଭାବେ ହଇରାଣ ହରକତ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଅଭିଯୋଗକୁ ଖୋଦ ସରପଞ୍ଚ ମଧ୍ୟ ସ୍ବୀକାର କରିବା ସହ ବ୍ଲକ କର୍ତ୍ତୃପକ୍ଷ ସବୁ ଜାଣି ସୁଦ୍ଧା ନିରବଦ୍ରଷ୍ଟା ସାଜିଥିବା କହିଛନ୍ତି ।

ହରଭଙ୍ଗା ବ୍ଲକ ପ୍ରଶାସନର ଭୂମିକା ଏବେ ସମ୍ପୂର୍ଣ୍ଣ ସନ୍ଦେହ ଘେରରେ ରହିଥିବାବେଳେ ପୁରୁଣାକଟକ ପଞ୍ଚାୟତରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଛି । ଯାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details