ଓଡିଶା

odisha

ବୌଦ୍ଧରେ ବାଟବଣା ମନରେଗା ଯୋଜନା, ମଣିଷ ବଦଳରେ ମେସିନ୍‌ କରୁଛି କାମ

By

Published : May 7, 2022, 9:40 AM IST

ବୌଦ୍ଧ ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ମଣିଷ ବଦଳରେ ଦିନରାତି ଜେସିବି ଓ ଟ୍ରାକ୍ଟର କାର୍ଯ୍ୟ କରୁଛି । ଫଳରେ ମନେରେଗାରେ ଆସୁଥିବା କାର୍ଯ୍ୟ ଶ୍ରମିକ ପାଉନାହି ଏବଂ ସେଥିରେ ପୁଣି ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜିଲ୍ଲାରେ ବାଟବଣା ମନରେଗା ଯୋଜନା, ଦିନରାତି ଚାଲିଛି ହରିଲୁଟ
ଜିଲ୍ଲାରେ ବାଟବଣା ମନରେଗା ଯୋଜନା, ଦିନରାତି ଚାଲିଛି ହରିଲୁଟ

ବୌଦ୍ଧ: ଜିଲ୍ଲାରେ ବାଟବଣା ମନରେଗା ଯୋଜନା । ସରକାର ଶ୍ରମିକଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ, ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ଏହି ମନରେଗା ଯୋଜନାର ଏକ ବଡ ରାକେଟ କାର୍ଯ୍ୟ କରୁଛି । ପୋଖରୀ ଖନନ ଓ ରାସ୍ତା ନିର୍ମାଣ ନାଁରେ କେବଳ ଶ୍ରମିକଙ୍କ ଜବକାର୍ଡ ଓ ମିଥ୍ୟା ବିଲ ଭାଉଚର କରି କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ବାଟବଣା ମନରେଗା ଯୋଜନା, ଦିନରାତି ଚାଲିଛି ହରିଲୁଟ

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରା, ମନୁପାଲି, ଗୋଛାପଡା ଭଳି ପଞ୍ଚାୟତରେ ଦିନରାତି ମନରେଗା କାର୍ଯ୍ୟରେ ମେସିନ ବ୍ୟବହାର ହେଉଛି । ବହିରା ଗ୍ରାମର ବଡ ବନ୍ଧର ଉନ୍ନତି ପାଇଁ ମନରେଗା ଯୋଜନାରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସେଠାରେ ଜଣେ ମଧ୍ୟ ଶ୍ରମିକ ନିୟୋଜିତ ହୋଇନାହାନ୍ତି । ସେହିପରି ଗୋଛାପଡା ପଞ୍ଚାୟତ ତ୍ରୀବେଣୀପୁର ବନ୍ଧ କାର୍ଯ୍ୟରେ ଜେସିବି ବ୍ୟବହାର କରାଯାଇ ପୁରୁଣା କାର୍ଯ୍ୟକୁ ନୂଆ କାମ ଦର୍ଶାଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଶ୍ରମିକ ମାନେ ପ୍ରଭାବିତ ନହେବା ପାଇଁ ସରକାର ମନରେଗା ଯୋଜନା କରିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଦୁର୍ନୀତିକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details