ବୌଦ୍ଧ: କୂଅ ନିର୍ମାଣ ଟଙ୍କା ପ୍ରଦାନରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଗାଁରୁ। ହିତାଧିକାରୀଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।
କୂଅ ନିର୍ମାଣ ପାଇଁ ଟଙ୍କା ପ୍ରଦାନରେ ପିସି କାରବାର ଅଭିଯୋଗ - CORRUPTION IN BOUDH
କୂଅ ନିର୍ମାଣ ପାଇଁ ଟଙ୍କା ପ୍ରଦାନରେ ଦୁର୍ନୀତି ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତର ଲାଣ୍ଡିବନ୍ଧ ଗାଁର ପଲସ୍ତି ବାଘ। ଅଧିକ ପଢନ୍ତୁ...
ଲାଣ୍ଡିବନ୍ଧ ଗାଁର ପଲସ୍ତି ବାଘ ବହୁ ଧାର କରଜ କରି କୂଅ ଖୋଳାଇଥିଲେ । ହେଲେ କୂଅ କାର୍ଯ୍ୟ ସରିବା ସହାୟତା ଟଙ୍କା ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯାଇଥିଲେ। ବାରମ୍ବାର ଦୌଡିବା ପରେ ବିଭିନ୍ନ କିସ୍ତିରେ 25 ହଜାର ଟଙ୍କା ଦିଆଯାଇଥିଲା। ବାକି ଟଙ୍କା ପିସି କାରବାର ବାବଦରେ କାଟି ଦିଆଯାଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। ନିୟମ ଅନୁସାରେ, କୂଅ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ 74,500 ଟଙ୍କା ଦେବାର ନିୟମ ରହିଛି । ହେଲେ ମାତ୍ର 25 ହଜାର ଟଙ୍କା ଦିଆଯାଇଥିବା ବେଳେ ବାକି ଟଙ୍କା କୁଆଡେ ଗଲା ତା’କୁ ନେଇ ଉଠିଛି ପ୍ରଶ୍ନ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ