ବୌଦ୍ଧ: ଜିଲ୍ଲାରେ ଉଗ୍ର ହେବାରେ ଲାଗିଛି କରୋନା ସଂକ୍ରମଣ । ଆଜି(ଶନିବାର) ପୁଣିଥରେ ଜିଲ୍ଲାରେ ରେକର୍ଡ କରିଛି ସଂକ୍ରମଣ । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 246 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ବ୍ୟାଙ୍କ ଓ ଇନସୁରାନ୍ସ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଘୋଷଣା - ବୌଦ୍ଧ କରୋନା ଯୋଦ୍ଧା ଘୋଷଣା
ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ବେକାବୁ ହେଉଥିବା ବେଳେ ବିଭିନ୍ନ ବ୍ୟାଙ୍କ ଓ ଇନସୁରାନ୍ସ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରାଯାଇ ଟିକାଦାନକୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...
ଗତକାଲି ଜିଲ୍ଲାର ଖମାରୀପଡା ଗ୍ରାମରେ ସର୍ବାଧିକ 52 ଜଣ ଓ ଆଜି ସର୍ବାଧିକ 23 ଜଣ ସଂକ୍ରମିତ ଶୁଣ୍ଢିପଦର ଗ୍ରାମରୁ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଆଶଙ୍କା ଥିବା ଆହୁରି ଦଶଟି ଅଞ୍ଚଳକୁ ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ଆବଦ୍ଧାଞ୍ଚଳ ଘୋଷଣା କରିଛି । ତେବେ ଅନେକ ସ୍ଥାନରେ ସଂକ୍ରମିତ ବାହାରେ ବୁଲୁଥିବାରୁ ସଂକ୍ରମଣର ଭୟ ମଧ୍ୟ ସୃଷ୍ଟି ହୋଇଛି ।
ସେପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଯାଇଥିବା ସମୟରେ ରାଜ୍ୟ ସରକାର ବ୍ୟଙ୍କ ଓ ଇନସୁରାନ୍ସ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଇଛି । ଆଜିଠାରୁ ସେମାନଙ୍କୁ ଟିକାଦାନ ପ୍ରକ୍ରିୟାରେ ସାମିଲ କରିଥିବାରୁ ଏହାକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସେପଟେ ବୌଦ୍ଧ ପୌରାଞ୍ଚଳର ସମସ୍ତ ସାମାଜିକ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀଙ୍କ ଘରକୁ ଘର ଯାଇ ପୌର କର୍ମଚାରୀ ମାନେ ଆଜି ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ