ଓଡିଶା

odisha

ETV Bharat / state

ବୃକ୍ଷ ବାନ୍ଧିଲା ରାକ୍ଷୀ, କୋରୋନା ଯୋଦ୍ଧାଙ୍କୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା - କୋଭିଡ ଯୋଦ୍ଧା

ବୃକ୍ଷକୁ ରକ୍ଷା ବନ୍ଧନରେ ବାନ୍ଧିବା ପରମ୍ପରା ଏବେ ସାରା ଦେଶରେ ପାଳନ ହେଉଥିବା ବେଳେ ବୌଦ୍ଧରେ କୋଭିଡ ଯୋଦ୍ଧାଙ୍କୁ ଯୁବ ଗୋଷ୍ଠୀ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି ।

rakhi
କୋରୋନା ଯୋଦ୍ଧାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଶୁଭେଚ୍ଛା

By

Published : Aug 3, 2020, 5:31 PM IST

Updated : Aug 3, 2020, 5:44 PM IST

ବୌଦ୍ଧ: ବୃକ୍ଷକୁ ରକ୍ଷା ବନ୍ଧନରେ ବାନ୍ଧିବା ପରମ୍ପରା ଏବେ ସାରା ଦେଶରେ ପାଳନ ହେଉଥିବା ବେଳେ ବୌଦ୍ଧରେ କୋଭିଡ ଯୋଦ୍ଧାଙ୍କୁ ଯୁବ ଗୋଷ୍ଠୀ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଛନ୍ତି ।

ପୁରପଲ୍ଲୀରେ ସୋମବାର ଆନନ୍ଦ ଉଲ୍ଲାସର ସହିତ ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ର ଜୟନ୍ତୀ ପାଳନ ହେଉଛି । ଏପଟେ ବୌଦ୍ଧ ଜିଲ୍ଲାରୁ ଆରମ୍ଭ ହୋଇଥିବା ବୃକ୍ଷକୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଏବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି ।

ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ବଟନି ଗାର୍ଡେନରେ ଥିବା ଔଷଧୀୟ ବୃକ୍ଷ ଗୁଡିକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅତିଥିମାନେ ରାକ୍ଷୀ ବାନ୍ଧି ଏହାର ସୁରକ୍ଷା ପାଇଁ ପ୍ରତିଜ୍ଞା କରିଛନ୍ତି ।

ସେହିପରି ଫ୍ରେଣ୍ଡସିପ କ୍ଲବର ଯୁବ ଗୋଷ୍ଠୀ କୋରୋନା ବିରୁଦ୍ଧ ଲଢେ଼ଇରେ ସାମିଲ ସୁରକ୍ଷାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ରାକ୍ଷୀ ବାନ୍ଧିବା ସହ ମାସ୍କ ବଣ୍ଟନ କରି ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମେ ବୌଦ୍ଧ ଏସପି ଓ ଥାନାର ପୋଲିସମାନଙ୍କୁ ରାକ୍ଷୀ ବାନ୍ଧିବା ପରେ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ରାକ୍ଷୀ ବାନ୍ଧି ମାସ୍କ ପ୍ରଦାନ କରିଥିଲେ ଏହି ଯୁବ ଗୋଷ୍ଠୀ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Aug 3, 2020, 5:44 PM IST

ABOUT THE AUTHOR

...view details