ଓଡିଶା

odisha

ETV Bharat / state

ବର୍ଷ ଆରମ୍ଭରୁ ଦୁର୍ଘଟଣାରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ - beginning of the new year

ନୂତନ ବର୍ଷ ଆରମ୍ଭରୁ ଦୁର୍ଘଟଣାରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ । ତେବେ ଲୁହାରେକକୁ ଧରି ଉପରକୁ ଉଠିବା ସମୟରେ ଲୁହାରେକଟି ଉକ୍ତ ପୋଲିସ କର୍ମଚାରୀଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ନୂତନ ବର୍ଷ ଆରମ୍ଭରୁ ଦୁର୍ଘଟଣାରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ
ନୂତନ ବର୍ଷ ଆରମ୍ଭରୁ ଦୁର୍ଘଟଣାରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ

By

Published : Jan 2, 2021, 9:33 AM IST

ବୌଦ୍ଧ: କୋରୋନା ବର୍ଷକୁ ବିଦାୟ ଦେଉ ଦେଉ ନୂତନ ବର୍ଷର ପ୍ରଥମ ଦିନରେ ବୌଦ୍ଧ ଥାନା ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ସୂଚନା ମୁତାବକ ଗତକାଲି(ଶୁକ୍ରବାର) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛ ପାର୍ଶ୍ଵରେ ଥିବା ନିର୍ବାଚନ ଭିଭି ପ୍ୟାଟ ଷ୍ଟ୍ରଙ୍ଗ ରୁମ ଦାୟିତ୍ବରେ କେତେକ ପୋଲିସ କର୍ମଚାରୀ ଡ୍ୟୁଟି କରୁଥିଲେ । ରାତି ପ୍ରାୟ ଦୁଇଟା ସମୟରେ ପୋଲିସ ଏପିଆର ପ୍ରକାଶ ଭୋଇ ନାମକ ସୁରକ୍ଷା କର୍ମଚାରୀ ବରଣ୍ଡାରେ ଥିବା ଲୁହାରେକକୁ ଧରି ଉପରକୁ ଉଠିବା ସମୟରେ ଲୁହାରେକଟି ଉକ୍ତ ପୋଲିସ କର୍ମଚାରୀଙ୍କ ଉପରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ନୂତନ ବର୍ଷ ଆରମ୍ଭରୁ ଦୁର୍ଘଟଣାରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ

ଏନେଇ ଏସପି ଭି ରଘୁନାଥ ରାଓ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ବୌଦ୍ଧ ଥାନା ଅନ୍ତର୍ଗତ ରାଜନପାଲିର ଅଗସ୍ତି ମହାକୁଳ ନାମକ ବ୍ୟକ୍ତିଙ୍କ ଗତ ତିନି ଦିନ ହେଲା କୌଣସି ପତ୍ତା ମିଳୁ ନାହିଁ । ଫଳରେ ଗତକାଲି ରାତିରେ ପରିବାର ପକ୍ଷରୁ ସନ୍ଦେହ କରି ଥାନାରେ ଏତଲା ଦିଆଯାଇଛି ।

ନୂତନ ବର୍ଷ ଆରମ୍ଭରୁ ଦୁର୍ଘଟଣାରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details