ଓଡିଶା

odisha

ETV Bharat / state

କର୍ତ୍ତବ୍ୟ ପାଇଁ ନିଜ ବିବାହ ବାତିଲ କଲେ କୋରୋନା ଯୋଦ୍ଧା - corona-warrior-canceled-his-marriage-for-duty

ବୌଦ୍ଧରେ କର୍ତ୍ତବ୍ୟ ଆଗରେ ହାର ମାନିଛି ବ୍ୟକ୍ତିଗତ ଜୀବନ । ନିଜ ବିବାହ କାର୍ଯ୍ୟ ଛାଡି ଜିଲ୍ଲା ସୀମାରେ କର୍ତ୍ତବ୍ୟ କରୁଛନ୍ତି ଜଣେ ପୋଲିସ । କୋରୋନା ଯୋଦ୍ଧାଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

corona-warrior-canceled-his-marriage-for-duty
କର୍ତ୍ତବ୍ୟ ପାଇଁ ନିଜ ବିବାହ ବାତିଲ କଲେ କରୋନା ଯୋଦ୍ଧା

By

Published : May 2, 2020, 11:19 AM IST

Updated : May 2, 2020, 11:51 AM IST

ବୌଦ୍ଧ: କର୍ତ୍ତବ୍ୟ ଆଗରେ ହାର ମାନିଛି ବ୍ୟକ୍ତିଗତ ଜୀବନ । ନିଜ ବିବାହ କାର୍ଯ୍ୟ ଛାଡି ଜିଲ୍ଲା ସୀମାରେ କର୍ତ୍ତବ୍ୟ କରୁଛନ୍ତି ଜଣେ ପୋଲିସ । କୋରୋନା ଯୋଦ୍ଧାଙ୍କ ଏହି ପଦକ୍ଷେପକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

କର୍ତ୍ତବ୍ୟ ପାଇଁ ନିଜ ବିବାହ ବାତିଲ କଲେ କୋରୋନା ଯୋଦ୍ଧା

ବୌଦ୍ଧ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରନ୍ତି ଦହ୍ୟାର ରାକେଶ ମଲ୍ଲିକ । ଗତ ପଚିଶ ତାରିଖରେ ରାକେଶଙ୍କ ଲମ୍ବସରୀର ଜଣେ ଯୁବତୀଙ୍କ ସହିତ ବିବାହ ଧାର୍ଯ୍ୟ ହୋଇ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଥିଲା ।ଏପରିକି ନିମନ୍ତ୍ରଣ ପତ୍ର ଛପାଯାଇ ବିତରଣ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କରୋନା ଯୋଦ୍ଧା ନିଜ କର୍ତ୍ତବ୍ୟ ପାଇଁ ନିଜ ବିବାହକୁ ବାତିଲ କରିଦେଲେ ।ବର୍ତ୍ତମାନ ରାକେଶ ବୌଦ୍ଧ ଅନୁଗୁଳ ଜିଲ୍ଲା ସୀମାନ୍ତରେ ବ୍ରିଜ ଛକ ନିକଟରେ କାର୍ଯ୍ୟରତ ଅଛନ୍ତି ।ରାକେଶଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କ ସହଯୋଗୀ ମାନେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 2, 2020, 11:51 AM IST

ABOUT THE AUTHOR

...view details