ଓଡିଶା

odisha

ETV Bharat / state

ଚାଷ ଓ ଚାଷୀଙ୍କ ପାଇଁ ସଟଡାଉନ ନିୟମରେ କୋହଳ - ଚାଷୀଙ୍କ ପାଇଁ ସଟଡାଉନ ନିୟମରେ କୋହଳ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ହୋଇଥିବା ସଟଡାଉନରେ ଚାଷୀ ଓ ଚାଷକୁ ନେଇ ପ୍ରଶାସନ ପକ୍ଷରୁ କେତେକ କୋହଳ କରାଯାଇଛି ।

ଚାଷ ଓ ଚାଷୀ
ଚାଷ ଓ ଚାଷୀ

By

Published : Jul 30, 2020, 5:04 PM IST

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଆସିଥିବା ରିପୋର୍ଟ ଅନୁଯାୟୀ ଆଉ 3 ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ରେ ପହଞ୍ଚିଛି । ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୁଧବାର ଠାରୁ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ।

ଚାଷ ଓ ଚାଷୀଙ୍କ ପାଇଁ ସଟଡାଉନ ନିୟମରେ କୋହଳ

ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାଷ ପାଇଁ କେତେକ ନିୟମକୁ କୋହଳ କରିଛନ୍ତି । ଚାଷ ପାଇଁ ବ୍ୟବହୃତ ଉପକରଣ ସାମଗ୍ରୀ, ସାର,ବିହନ, କୀଟନାଶକ ଆଦି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଉଭୟ ବ୍ୟବସାୟୀ ଓ ଚାଷୀ ସ୍ଵାଗତ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details