ଓଡିଶା

odisha

ETV Bharat / state

କୋଭିଡ ମୁକାବିଲା ପାଇଁ ବିଧାୟକ ଓ ଡବ୍ଲୁଓଡିସି ପାଣ୍ଠିର ବିନିଯୋଗ ହେବ - ବିଧାୟକ ଓ ଡବ୍ଲୁଓଡିସି ପାଣ୍ଠିର ବିନିଯୋଗ

ବୌଦ୍ଧ ଜିଲ୍ଲାରେ କୋରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ସରକାରଙ୍କ ନିଷ୍ପତ୍ତି କ୍ରମେ ବିଧାୟକ ପାଣ୍ଠି ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଏହି କୋଭିଡ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ...

କୋଭିଡ ମୁକାବିଲା ପାଇଁ ବିଧାୟକ ଓ ଡବ୍ଲୁଓଡିସି ପାଣ୍ଠିର ବିନିଯୋଗ ହେବ
କୋଭିଡ ମୁକାବିଲା ପାଇଁ ବିଧାୟକ ଓ ଡବ୍ଲୁଓଡିସି ପାଣ୍ଠିର ବିନିଯୋଗ ହେବ

By

Published : Jun 12, 2021, 5:12 PM IST

ବୌଦ୍ଧ: ଜିଲ୍ଲାରେ କୋରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଶନିବାର ଜିଲ୍ଲାରୁ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ କୋରୋନାକୁ ନେଇ ଆହୁରି ସଜାଗ ଆବଶ୍ୟକତା ରହିଛି । ଏହି କ୍ରମରେ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଧାୟକ ପାଣ୍ଠି ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଏହି କୋଭିଡ କାର୍ଯ୍ୟରେ ବିନିଯୋଗ କରାଯିବ ।

କୋଭିଡ ମୁକାବିଲା ପାଇଁ ବିଧାୟକ ଓ ଡବ୍ଲୁଓଡିସି ପାଣ୍ଠିର ବିନିଯୋଗ ହେବ

ଶନିବାର ବୌଦ୍ଧ ଟାଉନ ହଲ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ବବିତା ରାଣୀ ଦଳବେହେରା, ପୌର ଅଧିକାରୀ ମନୋରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ କୋଭିଡ ବିରୁଦ୍ଧ ଲଢେ଼ଇ ଆହୁରି ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ବିଧାୟକ ପାଣ୍ଠି ଓ ଡବ୍ଲୁଓଡିସି ପାଣ୍ଠିରୁ ମହାପରାୟଣ ଆମ୍ବୁଲାନ୍ସ, ଅକ୍ସି ମିଟର, ଆଇସିୟୁ ବେଡ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରାଯିବ ବୋଲି ସୂଚନା ମିଳିଛି ।

କାର୍ଯ୍ୟକ୍ରମରେ ବୌଦ୍ଧରେ କୋରୋନା ଜନିତ ମୃତକଙ୍କ ପରିବାରକୁ ସହାୟତା, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ସେହିପରି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଅର୍ଥରେ କିଭଳି କୋରୋନା ମୁକାବିଲା ହେବ ତାର ଶୁଭାରମ୍ଭ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details