ଓଡିଶା

odisha

ETV Bharat / state

କୋରୋନା ଲକଡାଉନ: ଗ୍ରୋସରୀ ଦୋକାନରେ ଗ୍ରାହକଙ୍କ ଭିଡ - Corona Lockdown

ବୌଦ୍ଧରେ ଲକଡାଉନ ସମୟରେ ଗ୍ରୋସରୀ ଦୋକାନ ଠାରୁ ଆରମ୍ଭ କରି ପନିପରିବା ବଜାର ସବୁଠାରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

Crowds of customers at grocery stores
କୋରୋନା ଲକଡାଉନ: ଗ୍ରୋସରୀ ଦୋକାନରେ ଗ୍ରାହକଙ୍କ ଭିଡ

By

Published : Mar 31, 2020, 6:44 PM IST

ଭଦ୍ରକ: ଲକଡାଉନ ସମୟରେ ଗ୍ରୋସରୀ ଦୋକାନ ଠାରୁ ଆରମ୍ଭ କରି ପନିପରିବା ବଜାର ସବୁଠାରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏପରିକି ସାମାଜିକ ଦୂରତା ମଧ୍ୟ କେହି ରଖିପାରୁନାହାନ୍ତି । ସେପଟେ ବଜାରରେ ଆଳୁ ପିଆଜର ଦର ହଠାତ ବୃଦ୍ଧିକୁ ଦେଖି ଏନଏଚଆରଡିଏଫ ପକ୍ଷରୁ ବଜାର ଦରରେ ଆଳୁପିଆଜ ଯୋଗାଣ ଯୋଗୁଁ ଏହି ଦର ଏବେ ସାମାନ୍ୟ ହୋଇଛି ।

ଲକଡାଉନର ସପ୍ତମ ଦିନରେ ଦୋକାନ-ବଜାରରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ପରିବା ବଜାରକୁ ପୌର ପ୍ରଶାସନ ଭିନ୍ନ ଭିନ୍ନ ସ୍ଥାନରେ ବସାଇବାରୁ ଏଥିରେ ସୁଧାର ଆସିଥିବାବେଳେ ଗ୍ରୋସରୀ ଦୋକାନରେ କିନ୍ତୁ ଗ୍ରାହକଙ୍କ ଭିଡ ପୂର୍ବଭଳି ଲାଗି ରହୁଛି । ଏ ସମ୍ପର୍କରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କିଛି ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛନ୍ତି ।

ସେପଟେ ଆଳୁ ପିଆଜର ଦର ହଠାତ ବୃଦ୍ଧି ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଥିଲେ । କିନ୍ତୁ ପାଲଝାର ସ୍ଥିତ ପିଆଜ ଗବେଷଣା କେନ୍ଦ୍ର ପକ୍ଷରୁ ସୋମବାର ବଜାରରେ ଆଳୁ ପିଆଜ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାରୁ ଏବେ ଦର ସାମାନ୍ୟ ରହିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details