ଓଡିଶା

odisha

କୋରୋନା ମାଡରେ ଝଟକୁନି ଗୁଡଭେଲିପଦର ତମ୍ବାନାଗ କାରିଗରୀ

କଳାଗାଁ ଭାବେ ପରିଚିତ ଗୁଡଭେଲିପଦରେ ଅବହେଳିତ କାରିଗର । କୋରୋନା କାରଣରୁ ରୋଜଗାର ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ତମ୍ବାନାଗ କାରଗରି । ଅଧିକ ପଢନ୍ତୁ...

By

Published : Oct 31, 2020, 2:09 PM IST

Published : Oct 31, 2020, 2:09 PM IST

କୋରୋନା ମାଡରେ ଝଟକୁନି ଗୁଡଭେଲିପଦର ତମ୍ବାନାଗ କାରିଗରୀ
କୋରୋନା ମାଡରେ ଝଟକୁନି ଗୁଡଭେଲିପଦର ତମ୍ବାନାଗ କାରିଗରୀ

ବୌଦ୍ଧ: କଳାଗାଁ ଭାବେ ପରିଚିତ ଗୁଡଭେଲିପଦରେ ଅବହେଳିତ କାରିଗର । ତମ୍ବାନାଗ କାରଗରି ପ୍ରସିଦ୍ଧ ଲାଭ କରିଥିବା ଏହି ଗ୍ରାମବାସୀ ଏବେ କୋରୋନା କାଳରେ ପେଶି ହୋଇଯାଇଛନ୍ତି । ରୋଜଗାର ଉପରେ କଟକଣା ମାଡ ଭାଙ୍ଗି ଦେଇଛି ଏମାନଙ୍କ ଆର୍ଥିକ ମେରୁଦଣ୍ଡ । ଫଳରେ ତମ୍ବାନାଗ କାରିଗରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

କୋରୋନା ମାଡରେ ଝଟକୁନି ଗୁଡଭେଲିପଦର ତମ୍ବାନାଗ କାରିଗରୀ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୁଡଭେଲିପଦର ଗାଁ କହିଲେ ଦୁଇଟି କାରଣ ପାଇଁ ପ୍ରସିଦ୍ଧ । ଗୋଟିଏ ଜିଲ୍ଲାର ଏକମାତ୍ର କଳାକାର ପଦ୍ମଶ୍ରୀ ସାଧୁ ଚରଣ ମେହେରଙ୍କ ନାମ ଓ ଦ୍ବିତୀୟଟି ତମ୍ବାନାଗ ପରମ୍ପରାର ଗାଁ । ଗୁଡଭେଲିପଦର ଗାଁରେ ଅନେକ ପରିବାର ଏହି କୌଳିକ ବୃତ୍ତି ସହିତ ଜଡିତ ରହିଛନ୍ତି । ଏହି ତମ୍ବାନାଗ କେବଳ ବୌଦ୍ଧ ଜିଲ୍ଲା କିମ୍ବା ଓଡିଶାରେ ସୀମିତ ନରହି ସାରା ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯାଇଥାଏ । କୋରୋନା କଟକଣା ଯୋଗୁଁ ଦୀର୍ଘ 7 ରୁ ଅଧିକ ସମୟ ଧରି ରୋଜଗାର ଠପ ହୋଇପଡିଛି । ଫଳରେ ତମ୍ବାନାଗ କାରିଗରୀ ସହ ଜଡିତ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେଣୁ କାରିଗରଙ୍କୁ ଜିଲ୍ଲା ପ୍ରଶାସନ ଓ ସରକାର ସ୍ବତନ୍ତ୍ର ଭାବରେ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details