ଓଡିଶା

odisha

ETV Bharat / state

ଆହାରକେନ୍ଦ୍ର ବନ୍ଦ ସମୟରେ ରନ୍ଧାଖାଦ୍ୟ ଯୋଗାଇଲେ ଯୁବ ସ୍ବେଚ୍ଛାସେବୀ

କୋରୋନା ତଥା ଲକଡାଉନ ସମୟରେ ବନ୍ଦ ରହିଛି ଆହାରକେନ୍ଦ୍ର । ରୋଗୀଙ୍କ ସମ୍ପର୍କୀୟ ତଥା ଅସହାୟଙ୍କୁ ଖାଦ୍ୟ ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ଯୁବ ସ୍ବେଚ୍ଛାସେବୀ । ଅଧିକ ପଢନ୍ତୁ...

By

Published : May 16, 2021, 4:56 PM IST

corona-fight-young-volunteers-share-food to the needy
ଆହାରକେନ୍ଦ୍ର ବନ୍ଦ ସମୟରେ ରନ୍ଧାଖାଦ୍ୟ ଯୋଗାଇଲେ ଯୁବ ସ୍ବେଚ୍ଛାସେବୀ

ବୌଦ୍ଧ: ଜିଲ୍ଲାରେ ଅଣାୟତ୍ତ କୋରୋନା ସଂକ୍ରମଣ । ପ୍ରତିଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି(ରବିବାର) ଜିଲ୍ଲାରୁ ରେକର୍ଡ ସଂଖ୍ୟକ 277 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଭୟ ଥିବା ଅଞ୍ଚଳ ଗୁଡିକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ ମଧ୍ୟ କିଛି ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ଆହାରକେନ୍ଦ୍ର ବନ୍ଦ ସମୟରେ ରନ୍ଧାଖାଦ୍ୟ ଯୋଗାଇଲେ ଯୁବ ସ୍ବେଚ୍ଛାସେବୀ

ଶନିବାର ଦିନ ବାମଣ୍ଡା ପଞ୍ଚାୟତର ଦେବଗଡ଼ ଗ୍ରାମରୁ ତିନି ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବାମଣ୍ଡା ସରପଞ୍ଚ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିଲେ ସୁଦ୍ଧା ଗ୍ରାମକୁ କଣ୍ଟେନମେଣ୍ଟ କରାଯାଇ ପାରିନାହିଁ । ତେବେ ଏଭଳି ସମୟରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ସାଧାରଣ ରୋଗୀ ଓ କୋରୋନା ରୋଗୀଙ୍କ ସମ୍ପର୍କୀୟ ।

ସେପଟେ ଲକଡାଉନ ଯୋଗୁଁ ରବିବାର ବୌଦ୍ଧର ଆହାର କେନ୍ଦ୍ର ବନ୍ଦ ଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଖାଦ୍ୟ ମୁଠାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଠିକ ଏହି ସମୟରେ ପରୀ ଅନୁଷ୍ଠାନର ଯୁବ ସ୍ବେଚ୍ଛାସେବୀ ମାନେ ଦେବଦୂତ ଭଳି ରନ୍ଧାଖାଦ୍ୟ ଆଣି ଡାକ୍ତରଖାନା ନିକଟରେ ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟ ଅସହାୟଙ୍କୁ ଯୋଗାଇ ଥିଲେ । ଯୁବକମାନଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details