ଓଡିଶା

odisha

ETV Bharat / state

କୋଭିଡ ସେଣ୍ଟରରେ ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା, ଅଭିଯୋଗ କଲେ ବୁଦ୍ଧିଜୀବୀ - boudh corona news

ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । ସଂକ୍ରମଣ ୧୪ ଶହ ପାର କରିଥିବା ବେଳେ କୋଭିଡ ହେଲ୍ଥରେ ସ୍ବାସ୍ଥ୍ୟ ସେବାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୌଦ୍ଧ କୋଭିଡ ହେଲ୍ଥ ସେଣ୍ଟରରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁ ନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

କୋଭିଡ ସେଣ୍ଟର ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା,  ଅଭିଯୋଗ କଲେ ବୁଦ୍ଧିଜୀବୀ
କୋଭିଡ ସେଣ୍ଟର ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା, ଅଭିଯୋଗ କଲେ ବୁଦ୍ଧିଜୀବୀ

By

Published : Sep 20, 2020, 5:33 PM IST

ବୌଦ୍ଧ: ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । ସଂକ୍ରମଣ ୧୪ ଶହ ପାର କରିଥିବା ବେଳେ କୋଭିଡ ହେଲ୍ଥରେ ସ୍ବାସ୍ଥ୍ୟ ସେବାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୬ ରେ ପହଞ୍ଚିଛି ।

କୋଭିଡ ସେଣ୍ଟର ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା, ଅଭିଯୋଗ କଲେ ବୁଦ୍ଧିଜୀବୀ

ପ୍ରାୟ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସହିତ ପଞ୍ଚାୟତ ଗୁଡିକରେ ସଂକ୍ରମଣ ବ୍ୟାପି ଚାଲିଛି । ବୌଦ୍ଧ ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ଯୋଗୁଁ କାର୍ଯ୍ୟାଳୟକୁ ସଟଡାଉନ କରାଯାଇଛି । ବିଭିନ୍ନ ପଞ୍ଚାୟତ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ କଣ୍ଟେନମେନ ଅଞ୍ଚଳ ଘୋଷଣା କରାଯାଉଛି ।

ସେପଟେ କିନ୍ତୁ ସ୍ଥିତି ସୁଧୁରିବା ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଛି । ସେହିପରି ବୌଦ୍ଧ କୋଭିଡ ହେଲ୍ଥ ସେଣ୍ଟରରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁ ନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ସମୁଦାୟ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ୬୦ ଜଣ ପ୍ଲାଜମା ଦାନ ପାଇଁ ସ୍ବୀକୃତି ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details