ବୌଦ୍ଧ: କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ସମବାୟ ସମିତିର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଚଳିତ ଖରିଫ ଧାନ ସଂଗ୍ରହରେ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଆଗାମୀ ରବି ଧାନକ୍ରୟ କିଭଳି ସୁରୁଖୁରୁରେ ହେବ ସେନେଇ ବିଷଦ ଆଲୋଚନା ହୋଇଛି ।
ଏହି ଅବସରରେ ପ୍ରତ୍ୟେକ ସମବାୟ କାର୍ଯ୍ୟାଳୟରେ କିଭଳି କାର୍ଯ୍ୟକୁ ସଂପାଦନ କରାଯିବ ସେନେଇ ଆଲୋଚନା ହୋଇଥିଲା । ତେବେ ଜିଲ୍ଲାର 42 ଗୋଟି ସମବାୟ ସମିତି ମଧ୍ୟରୁ ଦଶରୁ ଊର୍ଦ୍ଧ୍ବ ସମବାୟ ସମିତିର କାର୍ଯ୍ୟାଳୟ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ସମବାୟ କାର୍ଯ୍ୟାଳୟ ନଥିବା ଅଭିଯୋଗ ହୋଇଛି । ଫଳରେ ଖୋଲା ଆକାଶ ତଳେ ଓ ଭଙ୍ଗା ଦଦରା ଘରେ ଚାଲିଥିବାରୁ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି ।