ଓଡିଶା

odisha

ଧାନ କିଣାରେ ବିଳମ୍ବ, ଅସୁବିଧାରେ ବୌଦ୍ଧ ଚାଷୀ

By

Published : Feb 3, 2021, 7:07 PM IST

ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତିର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଧାନକିଣା ଚାଲିଛି । ପ୍ରଶାସନର କଡା ପଦକ୍ଷେପ ସତ୍ତ୍ୱେ ସୁଧୁରି ପାରୁନି ଧାନକ୍ରୟ ସମସ୍ୟା । ବର୍ତ୍ତମାନ ପୁଣି ଦୁଇଟି ମଣ୍ଡିରୁ ଦୁଇ ଜଣ ଚାଷୀଙ୍କ ଦୁଃଖ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ବୌଦ୍ଧ ସମବାୟ ସମିତି ଧାନ କିଣାରେ ବିଳମ୍ବ, ନାନ ଅସୁବିଧାରେ ଚାଷୀ
ବୌଦ୍ଧ ସମବାୟ ସମିତି ଧାନ କିଣାରେ ବିଳମ୍ବ, ନାନ ଅସୁବିଧାରେ ଚାଷୀ

ବୌଦ୍ଧ: ଜିଲ୍ଲାର 42 ଗୋଟି ସମବାୟ ସମିତିର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଧାନକିଣା ଚାଲିଛି । ତେବେ ଅନେକ ଧାନମଣ୍ଡି ବେପାରୀ ଓ ଦଲାଲଙ୍କ କବଜାରେ ରହିଥିବା ବାରମ୍ବାର ଅଭିଯୋଗ ହେଉଛି । ତେବେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଧାନ ଜବତ କରାଯାଇଛି । ଟୋକନ ଜେନେରେଟ ପାଇଁ ସମବାୟ ଅଧିକାରୀ ଓ ସମ୍ପୃକ୍ତ ତହସିଲଦାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ତେବେ ଏଭଳି ସମୟରେ ଦୁଇଟି ମଣ୍ଡିରୁ ଦୁଇ ଜଣ ଚାଷୀଙ୍କ ଦୁଃଖ ସାମ୍ନାକୁ ଆସିଛି ।

ବୌଦ୍ଧ ସମବାୟ ସମିତି ଧାନ କିଣାରେ ବିଳମ୍ବ, ନାନ ଅସୁବିଧାରେ ଚାଷୀ

ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ସମବାୟ ମଣ୍ଡିରେ ଗତ ଚାରି ଦିନ ତଳେ ଟୋକନ ପାଇ ଜନୈକ ଚାଷୀ ଧାନଧରି ମଣ୍ଡିରେ ପହଞ୍ଚି ଥିଲେ ମଧ୍ୟ ମଣ୍ଡିରେ ତାଲା ପଡିଯିବାରୁ ଗତ ଚାରି ଦିନ ହେଲା ଶୀତ କାକରରେ ଚାଷୀ ଜଣକ ଧାନକୁ ଜଗି ରହିଛନ୍ତି । ଧାନ ବିକ୍ରି କରି ଟଙ୍କା ପାଇଲେ ନିଜ ପୁଅକୁ ପାଠପଢା ଖର୍ଚ୍ଚ ଆଶାରେ ଥିବା ଏହି ଚାଷୀ ଜଣକ ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଭାବରେ ଶଙ୍କୁଳେଇ ମାର୍କେଟ ୟାର୍ଡ ବାହାରେ ଚାରିଦିନ ହେଲା ଅପେକ୍ଷାରେ ରହିଛନ୍ତି ।

ସେପଟେ ରାମଗଡ ମଣ୍ଡିରୁ ଗତ ସତେଇଶ ତାରିଖରେ ଟୋକନ ପାଇ ଜଣେ ଚାଷୀ ଧାନ ଆଣି ଅପେକ୍ଷା ପରେ ମଧ୍ୟ ଧାନବିକ୍ରି ହୋଇପାରି ନଥିବା ଅଭିଯୋଗ ହୋଇଛି । ତନ୍ମଧ୍ୟରୁ କିଛି ଧାନ ଚୋରି ହୋଇଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇ ନଥିବା ରାମଗଡ ଭାରପ୍ରାପ୍ତ ସଂପାଦକ ସୂଚନା ଦେଇଛନ୍ତି । ସେପଟେ ବେପାରୀଙ୍କ ଧାନବିକ୍ରି ହେଉଥିବା ବେଳେ ନାମମାତ୍ର ଚାଷୀଙ୍କ ଧାନ କିଭଳି ବିକ୍ରି ହୋଇପାରୁ ନାହିଁ ସେନେଇ ଚାଷୀ ପ୍ରଶ୍ନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details