ଓଡିଶା

odisha

ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର

By

Published : May 3, 2022, 2:57 PM IST

ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର । ପାଣି ପାଇଁ ଡହଳ ବିକଳ ପଶୁପକ୍ଷୀ ଓ ପର୍ଯ୍ୟଟକ । ଅଧିକ ପଢନ୍ତୁ

ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର
ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର

ବୌଦ୍ଧ: ପ୍ରଚଣ୍ଡ ଖରାରେ ଛଟପଟ ହେଉଛି ଓଡିଶା । ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏ ପରିସ୍ଥିତିରେ ରାଜ୍ୟରେ ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ବୌଦ୍ଧ ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ବିଲ୍ ନ ମିଳିବାରୁ ଏହି ସ୍ଥାନରେ ଥିବା ପାନୀୟଜଳ ପାଇପକୁ କାଟି ଦେଇଛନ୍ତି ଠିକାଦାର । ଫଳରେ ମୁନ୍ଦାଏ ପାଇଁ ମଣିଷ ଠାରୁ ପଶୁପକ୍ଷୀ ଓ ପର୍ଯ୍ୟଟକଙ୍କ ଯାଏଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର

ବୌଦ୍ଧ ଜିଲ୍ଲାରେ ତାପମାତ୍ରା ଗତ ୧୫ ଦିନ ହେଲା ପ୍ରାୟ ୪୫ ଡିଗ୍ରୀ ପାଖାପାଖି ରହିଆସୁଛି । ଦିନ ୧୦ଟା ବେଳକୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅସହ୍ୟ ଖରା ମଧ୍ୟରେ ଜିଲ୍ଲାର ବାମଣ୍ଡା ପଞ୍ଚାୟତ ନାଏକପଡା ଠାରେ ଥିବା ପାତାଳୀ ଶ୍ରୀକ୍ଷେତ୍ରରେ ପାନୀୟଜଳ ପ୍ରକଳ୍ପର ପାଇପ କାଟି ଦିଆଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର
ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର
ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର

ସୂଚନା ମୁତାବକ, ଗ୍ରାମ୍ୟ ଜଳଯୋଗାଣ ବିଭାଗରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ପ୍ରକଳ୍ପର ବିଲ୍ ପ୍ରଦାନରେ ବିଭାଗୀୟ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ । ଶେଷରେ ବିଲ୍ ନ ମିଳିବାରୁ ଠିକାଦାର ଉକ୍ତ ପ୍ରକଳ୍ପର ପାଇପ କାଟି ଦେଇଛି । ଫଳରେ ଗତ କିଛି ଦିନ ହେଲା ଏହି ପର୍ଯ୍ୟଟନ ସ୍ଥଳରେ ପାନୀୟଜଳ ମୁନ୍ଦାଏ ପାଇଁ ମଣିଷ ଠାରୁ ପଶୁ ପକ୍ଷୀ ଓ ପର୍ଯ୍ୟଟକମାନେ ଡହଳ ବିକଳ ହେଉଛନ୍ତି । ତେଣୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ପାନୀୟ ଜଳ ପ୍ରକଳ୍ପର ବିଲ୍ ନ ମିଳିବାରୁ ପାଇପ କାଟିଲେ ଠିକାଦାର

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details