ବୌଦ୍ଧ: ବିଦ୍ୟୁତ ଉପଭୋକ୍ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ । ବିଦ୍ୟୁତ ଡିଭିଜନର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କ ନାମରେ ପରୱାନା(ୱାରେଣ୍ଟ) ଜାରି । ଜିଲ୍ଲା ଖାଉଟି ଅଦାଲତରେ ହୋଇଥିବା ମାମଲାରେ ୱାରେଣ୍ଟ ଜାରି କରାଯାଇଛି ।
ଏକ ବିଦ୍ୟୁତ ସଂଯୋଗ ବିବାଦକୁ କେନ୍ଦ୍ର କରି ଗତ କିଛି ମାସ ହେବ ଉଭୟ ଉପଭୋକ୍ତା ଓ ବିଦ୍ୟୁତ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା । ଉପଭୋକ୍ତାଙ୍କୁ ଅଧିକାରୀ ଜାଣିଶୁଣି ହଇରାଣ ହରକତ କରିବା ସହ ଅଶୋଭନୀୟ ବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତି କରି ଜିଲ୍ଲା ଖାଉଟି ଅଦାଲତ ଦୁହିଁଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛି ।