ବୌଦ୍ଧ: ଦିନର ଗୋଟାଏ ସମୟରେ ଟାଏଁ ଟାଏଁ ଖରାରେ ଚାଲିଛି ଉନ୍ନୟନ କାର୍ଯ୍ୟ । ତାହା ମଧ୍ୟ ବିନା ସୂଚନା ଫଳକରେ ଚାଲିଛି । ଏଭଳି କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଠୋ ଠୋ ଖରାରେ ଚାଲିଛି ଉନ୍ନୟନ କାର୍ଯ୍ୟ । ତେବେ କିଏ ଏହି କାର୍ଯ୍ୟ କରୁଛି, କେତେ ଟଙ୍କାରେ କରୁଛି ତଥା କେଉଁ ଶୈଳୀରେ କାମ କରୁଛି ସେନେଇ କୌଣସି ସୂଚନା ନାହିଁ । କେବଳ ଗତ ଜାନୁଆରୀ ଦୁଇ ତାରିଖରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଏକ ଫଳକ ରହିଛି । ଯେଉଁ ଥିରେ ଏଠାରେ ଏକ ମଳ କର୍ଦମ ଉପଚାର କେନ୍ଦ୍ର ବୋଲି ଉଲ୍ଲେଖ ରହିଛି । ଦୃଶ୍ୟ ହେଉଛି ମନ୍ଦିର ମାଳିନୀ ବୌଦ୍ଧ ଜିଲ୍ଲା ସଦର ମହକୁମାର ଶଶ୍ମାନ ଘାଟ ନିକଟରେ ମହାନଦୀ କୂଳର । ଏଠାରେ ଏହି ମଳ କେନ୍ଦ୍ର ସ୍ଥାପନକୁ ବିରୋଧ କରାଯାଉଥିଲେ ମଧ୍ୟ ଅତ୍ୟନ୍ତ ତରବରିଆ ଭାବରେ ଦିନ ଦ୍ବିପହରର ପ୍ରଚଣ୍ଡ ଖରାରେ ଜଣେ ଠିକାଦାର ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।