ଓଡିଶା

odisha

ETV Bharat / state

ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ, ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ମୀ - ବୌଦ୍ଧ ଜିଲ୍ଲା କଂଗ୍ରେସ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମର୍ଥନରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦେଶରେ ଗଣତନ୍ତ୍ରକୁ ବିପଦ ଆଡକୁ କେନ୍ଦ୍ର ସରକାର ଠେଲିଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ମୀ
ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ମୀ

By

Published : Mar 24, 2023, 8:59 PM IST

ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ମୀ

ବୌଦ୍ଧ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ତାଙ୍କ ସମର୍ଥନରେ ସାରା ଦେଶରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛି । ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ସଦର ମହକୁମାଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିଭଳି ଦଳର ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ସଦସ୍ୟତା ପଦ ରଦ୍ଦ ପରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।

'ମୋଦି' ସାଙ୍ଗିଆକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଗତକାଲି ସୁରଟ ସେସନ କୋର୍ଟ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇବା ସହିତ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିଲେ । ଏହି ଶୁଣାଣିର ୨୪ ଘଣ୍ଟା ମଧ୍ୟରେ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ କରାଯିବା ନେଇ ନୋଟିସ ଜାରି କରାଯାଇଥିଲା । କେରଳର ୱାୟନାଡରୁ ଲୋକସଭା ସାଂସଦ ଥିବା ରାହୁଲଙ୍କ ସପକ୍ଷରେ ବର୍ତ୍ତମାନ କଂଗ୍ରେସ ଦେଶର ଅନ୍ୟ ବିରୋଧି ଦଳ ମଧ୍ୟ ବାହାରିଛନ୍ତି । ଏହି ମାମଲାରେ ସମସ୍ତ ବିରୋଧି ଦଳ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଦେଶରେ ଗଣତନ୍ତ୍ରକୁ କେନ୍ଦ୍ର ସରକାର ବିପଦ ଆଡକୁ ଠେଲିଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ଓଡ଼ିଶାରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଜିଲ୍ଲା ସଦର ମହକୁମାଠାରେ ଆଜି ଅପରାହ୍ନରେ ରାହୁଲ ଗାନ୍ଧିଙ୍କ ସମର୍ଥନ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ଧାରାରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ ମୋଦି ସରକାର ଉପରେ ବର୍ଷିବା ସହିତ ବିଜେପି ସରକାର ବିରୋଧି ନାରାବାଜି କରିଥିଲେ । ଜିଲ୍ଲା କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବାହାରିବା ସହିତ ଦେଶରେ ଗଣତନ୍ତ୍ର ସୁରକ୍ଷିତ ନଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ରାହୁଲ ଗାନ୍ଧୀଙ୍କ ମାମଲାରେ ଏକ ନ୍ୟାୟିକ ବ୍ୟବସ୍ଥାର ଲଢ଼େଇ ଜାରି ରହିବାକୁ ଥିବାବେଳେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସ ନିରନ୍ତର ଉଦ୍ୟମ କରିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details