ବୌଦ୍ଧ:ବୌଦ୍ଧ ଜିଲ୍ଲାର ପାଲଝାର କୃଷି ଫାର୍ମରେ ବ୍ୟାପକ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏସମ୍ପର୍କରେ ଗତକାଲି (ସୋମବାର) ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ପାଇଁ ପାଲଝାର ଫାର୍ମରେ ପହଞ୍ଚିଥିଲେ । ପରେ ସେଠାକାର ଦାୟିତ୍ୱରେ ଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ନିଜ ମାନସିକ ଭାରସାମ୍ୟ ହରାଇ ଅତ୍ୟନ୍ତ ଅଶାଳୀନ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ କରିଥିଲେ । ଏ ସମ୍ପର୍କିତ ଖବର ଇଟିଭି ଭାରତରେ ପ୍ରସାରିତ ହୋଇଥିଲା ।
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଯୁବ କଂଗ୍ରେସ ଓ ବିଜେପିର ତୀବ୍ର ସମାଲୋଚନା - ଯୁବ କଂଗ୍ରେସ ଓ ବିଜେପିର ତୀବ୍ର ସମାଲୋଚନା
ସାମ୍ବାଦିକଙ୍କ ଉପରେ ଆକ୍ରମଣ ଉଦ୍ୟମକୁ ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସ ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତୀବ୍ର ସମାଲୋଚନା ସହ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅଧିକ ପଢନ୍ତୁ...
![ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଯୁବ କଂଗ୍ରେସ ଓ ବିଜେପିର ତୀବ୍ର ସମାଲୋଚନା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଉଦ୍ୟମ](https://etvbharatimages.akamaized.net/etvbharat/prod-images/768-512-11639034-135-11639034-1620135013966.jpg)
ଆଜି ଏନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ବୌଦ୍ଧ ଜିଲ୍ଲା ମୁବ କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇ ତୁରନ୍ତ ଏନେଇ ସମ୍ପୃକ୍ତ କରିତକର୍ମା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଗତକାଲି ମଧ୍ୟ ଏନେଇ ଇଟିଭି ଭାରତରେ ଖବର ପ୍ରସାରିତ ପରେ ବିଜେପି ହରଭଙ୍ଗା ମଣ୍ଡଳ ସଭାପତି ଅରୁପା ଦୀପ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣକୁ ବିରୋଧ କରି ଆସନ୍ତା 25 ତାରିଖରେ ବୌଦ୍ଧ ଜିଲ୍ଲା ବନ୍ଦ ପାଇଁ ଆହ୍ବାନ ଦେଇଥିଲେ । ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରୋଶର ତୀବ୍ର ପ୍ରତିଫଳନ ଦେଖିବାକୁ ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ