ଓଡିଶା

odisha

ETV Bharat / state

ଲକଡାଉନ କୋହଳ, ଦୋକାନ ଖୋଲିବାକୁ ନେଇ ଦ୍ବନ୍ଦ

ଲକଡାଉନ କୋହଳର ପ୍ରଥମ ଦିନରେ ଦ୍ବନ୍ଦରେ ବ୍ୟବସାୟୀ । ଅଧିକ ପଢନ୍ତୁ...

By

Published : Jun 18, 2021, 8:43 AM IST

ଲକଡାଉନ କୋହଳର ପ୍ରଥମ ଦିନରେ ଦୋକାନ ଖୋଲିବାକୁ ନେଇ ଦ୍ବନ୍ଦ
ଲକଡାଉନ କୋହଳର ପ୍ରଥମ ଦିନରେ ଦୋକାନ ଖୋଲିବାକୁ ନେଇ ଦ୍ବନ୍ଦ

ବୌଦ୍ଧ:ଲକଡାଉନ କୋହଳର ପ୍ରଥମ ଦିନରେ ଦ୍ବନ୍ଦରେ ବ୍ୟବସାୟୀ । ଏନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା କଟକଣା ହଟାଇ ଦିଆଗଲା ଭାବି ସବୁଆଡେ ଦୋକାନ ବଜାର ଖୋଲା ରହିଥିଲା । ଜିଲ୍ଲାର ଅଧିକାଂଶ ସ୍ଥାନରେ ବ୍ୟବସାୟୀ ଦ୍ବନ୍ଦାତ୍ମକ ସ୍ଥିତିରେ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା।

ଲକଡାଉନ କୋହଳର ପ୍ରଥମ ଦିନରେ ଦୋକାନ ଖୋଲିବାକୁ ନେଇ ଦ୍ବନ୍ଦ

ତେବେ ଲକଡାଉନ କୋହଳର ଗତକାଲି ପ୍ରଥମ ଦିନ ଥିବାରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବାରୁ ସମସ୍ତ ଦୋକାନ ବଜାର ଖୋଲା ରହିଥିଲା । ଜିଲ୍ଲାରେ କେବଳ ଚାହା ଦୋକାନ ଓ ସେଲୁନ ଦୋକାନକୁ ଛାଡି ଅନ୍ୟ ପ୍ରାୟ ସମସ୍ତ ଦୋକାନ ଖୋଲା ରହିଥିଲା । ତେବେ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକଲେ ସଂକ୍ରମଣର ସମ୍ଭାବନା ଅଧିକ ରହିଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details