ଓଡିଶା

odisha

ETV Bharat / state

ଅଡୁଆରେ ବିଜେଡି: କଣ୍ଟାମାଳରେ କଣ୍ଟା ସାଜିବ ଦଳୀୟ କନ୍ଦଳ

ଜିଲ୍ଲାର ୮୫ ନମ୍ବର ନିର୍ବାଚନମଣ୍ଡଳୀ କଣ୍ଟାମାଳ ମୋଟ ସାଢେ 4ଟି ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ । ୨୦୦୯ ମସିହାରେ କଣ୍ଟାମାଳ ଏକ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀର ମାନ୍ୟତା ପାଇଥିଲା । ଏହାପରେ ଦୁଇ ଥର ଯାକ ଏହି ଆସନ ବିଜେଡି ଅକ୍ତିଆରରେ ରହିଆସିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Mar 26, 2019, 12:40 PM IST

ବୌଦ୍ଧ: ନାମାଙ୍କନ ପତ୍ର ଦାଖଲ ପରେ ଏବେ ଚଳଚଞ୍ଚଳ କଣ୍ଟାମାଳ ରାଜନୀତି । ସୋମବାର 3 ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବାବେଳେ ଆଜି ଆଉ 2 ଜଣ ହେଭିୱେଟ ନେତା ପ୍ରାର୍ଥୀପତ୍ର ଦାଖଲ କରିବେ । ତେବେ ଏଠାରେ ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ବିଜେଡି ପାଇଁ ଦଳୀୟ କନ୍ଦଳ କଣ୍ଟା ସାଜିପାରେ ବୋଲି ଆଲୋଚନା ହେଉଛି ।

ଜିଲ୍ଲାର ୮୫ ନମ୍ବର ନିର୍ବାଚନମଣ୍ଡଳୀ କଣ୍ଟାମାଳ ମୋଟ ସାଢେ 4ଟି ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ । ୨୦୦୯ ମସିହାରେ କଣ୍ଟାମାଳ ଏକ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀର ମାନ୍ୟତା ପାଇଥିଲା । ଏହାପରେ ଦୁଇ ଥର ଯାକ ଏହି ଆସନ ବିଜେଡି ଅକ୍ତିଆରରେ ରହିଆସିଛି । ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ମହିଧର ଦଳ ପକ୍ଷରୁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଏଥର ତାଙ୍କୁ ବିରୋଧର ସାମନା କରିବାକୁ ପଡିଛି ।

ସୋମବାର କଣ୍ଟାମାଳ ଆସନ ପାଇଁ ବିଜେଡିରୁ ମହୀଧର ରଣା ଓ କଂଗ୍ରେସରୁ ପ୍ରଶାନ୍ତ କୁମାର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହ ସୁଧାଂଶୁ କୁମାର ଡାଙ୍ଗ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଭରିଛନ୍ତି । ଗ୍ରାଣ୍ଡ ରୋଡ ଶୋରେ ନିଜ ସମର୍ଥକଙ୍କ ଗହଣରେ ମହୀଧର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଏହି ଶୋରେ ମହୀଧରଙ୍କ ସହିତ କେତେକ ନିର୍ଦ୍ଦିଷ୍ଟ ଦଳୀୟ ନେତାଙ୍କୁ ଛାଡିଦେଲେ ଅଞ୍ଚଳର କୌଣସି ବଡ ବିଜେଡି ନେତା ସାମିଲ ହୋଇନଥିଲେ । ଏପରିକି ତାଙ୍କ ରୋଡ ଶୋରେ ବୌଦ୍ଧ ବିଜେଡି ପ୍ରାର୍ଥୀଙ୍କ ସହ ସେ ଯାଇନଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଉଭୟ ନିର୍ବାଚନମଣ୍ଡଳୀରେ ଲାଗି ରହିଛି । ମହିଧରଙ୍କୁ ଏଥର ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ଏହାଛଡା କଣ୍ଟାମାଳ ଅଞ୍ଚଳର ଏକ ବଡ ଭୋଟ ବ୍ୟାଙ୍କ ଆଦିବାସୀଙ୍କ ହାତରେ ଥିବାବେଳେ ସେମାନଙ୍କ କେତେକ ନିର୍ଦ୍ଦିଷ୍ଟ ନେତା ମଧ୍ୟ ମହୀଧରଙ୍କ ବିରୋଧରେ ଥିବାର ସୂଚନା ରହିଛି । ନିର୍ବାଚନମଣ୍ଡଳୀରେ ମୋଦି ମ୍ୟାଜିକର ଆଶାତୀତ ଭାବେ ବୃଦ୍ଧି ମହୀଧରଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି । ଅନ୍ୟପକ୍ଷରେ ଏହି ଗୋଳମାଳିଆ ପରିସ୍ଥିତିରୁ ସ୍ବାଧୀନ ଓ କଂଗ୍ରେସ ପ୍ରାର୍ଥୀ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ।

ଆଜି କଣ୍ଟାମାଳ ଆସନ ପାଇଁ ଆଉ ଦୁଇ ହେଭିଓ୍ବେଟ ନେତା ନାମାଙ୍କନ କରିବେ ବୋଲି ଜଣାପଡିଛି । ସେମାନେ ହେଲେ ବିଜେଡି ବିଦ୍ରୋହୀ ଦଳର ନେତା ଶେଷଦେବ ମେହେର ଏବଂ ବିଜେପିର ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details