ବୌଦ୍ଧ: ଚଳିତ ବର୍ଷ ଧାନ ବିକ୍ରି ଆରମ୍ଭରୁ ଦେଖା ଦେଲାଣି ଅବ୍ୟବସ୍ଥା । ବୌଦ୍ଧ ଜିଲ୍ଲାରେ ଧାନ କ୍ରୟ କେନ୍ଦ୍ର ସ୍ଥାପନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ବିବାଦ । ଏନେଇ ତିନିଦିନ ହେବ ମଣ୍ଡିରେ ପଡି ରହିଛି ଧାନ ।
ଜିଲ୍ଲାର 42 ଗୋଟି ସଜଵା ସମବାୟ ସମିତି ମଧ୍ୟରୁ ଅଧିକାଂଶ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇସାରିଛି । ବୁଧବାର ଦିନ ମନୁପାଲି ଓ ବଢିଗାଁଠାରେ ଧାନକ୍ରୟ କେନ୍ଦ୍ର ଆରମ୍ଭ ହୋଇଥିଲା । ତେବେ ଧାନକ୍ରୟ କେନ୍ଦ୍ର ସ୍ଥାପନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି । ତେଣୁ ଗତ ତିନିଦିନ ହେବ ମୁଣ୍ଡିପଦର ମଣ୍ଡିରେ ପଡି ରହିଛି ଶହ ଶହ ଧାନବସ୍ତା ।
ମୁଣ୍ଡିପଦର ଧାନକ୍ରୟ କେନ୍ଦ୍ର ସ୍ଥାପନ ନେଇ ବିବାଦ ଗୋଟିଏ ଗୋଷ୍ଠୀ ପୂର୍ବରୁ ଥିବା ସମବାୟ କାର୍ଯ୍ୟାଳୟ ନିକଟରେ ମଣ୍ଡି ପାଇଁ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରଶାସନ ଧାର୍ଯ୍ୟ କରିଥିବା କାଶଲପୁର ଆରଏମସି ମାର୍କେଟ ୟାର୍ଡ ଠାରେ ଧାନକ୍ରୟ କେନ୍ଦ୍ର କରିବାକୁ ଦାବି କରିଛନ୍ତି । ପୂର୍ବରୁ ଥିବା ମୁଣ୍ଡିପଦର ଧାନ ସଂଗ୍ରହ କେନ୍ଦ୍ରରେ ଜାଗା ଅଭାବ ତଥା ଅନ୍ୟ ଅସୁବିଧା ଯୋଗୁଁ ପ୍ରଶାସନ ନିକଟସ୍ଥ ମାର୍କେଟ ୟାର୍ଡକୁ ଧାନକ୍ରୟ କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଥିଲା ।
ହେଲେ ସେଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଆଜି ପର୍ଯ୍ୟନ୍ତ ମୁଣ୍ଡିପଦର ମଣ୍ଡିରୁ ଧାନକ୍ରୟ ହୋଇନପାରି ଧାନସବୁ ପଡି ରହିଛି । ଜିଲ୍ଲାରେ ଧାନକ୍ରୟ ମୁଣ୍ଡିପଦର ମଣ୍ଡି ସମସ୍ୟା ସମ୍ପର୍କରେ ଯୋଗାଣ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ