ବୌଦ୍ଧ:ଜିଲ୍ଲାରେ ଉଦବେଗଜନକ ସ୍ଥିତିରେ ରହିଛି ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା । ଶୁକ୍ରବାର ଯୁବ ଗୋଷ୍ଠୀର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏଭଳି ପ୍ରଥା ବିରୋଧରେ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି ।
ବାଲ୍ୟବିବାହ-ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆହ୍ବାନ - boudha youth association
ବୌଦ୍ଧରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପ୍ରଥା ଉଦବେଗଜନକ ରହିଛି । ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରଥା ବିରୋଧରେ ସ୍ବରଉତ୍ତୋଳନ କରିବାକୁ ଆହ୍ବାନ ଦିଆଯାଇଛି ।
ବାଲ୍ୟବିବାହ-ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆହ୍ବାନ
ବାଲ୍ୟବିବାହ-ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆହ୍ବାନ
ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆଜି ମଧ୍ୟ ବାଲ୍ୟବିବାହ ତଥା ଶିଶୁ ଶ୍ରମିକ ଭଳି ପ୍ରଥା ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ରହିଥିବା ନେଇ ଏହାର ନିରାକରଣ ଦିଗରେ ଯୁବ ବର୍ଗ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି । କାର୍ଯ୍ୟକ୍ରମରେ ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ମନୋଜ ପାଠୀ, ଜ୍ଞାନ ଚାନ୍ଦ ଶତପଥୀ, ପୁପ୍ଷିତା ପ୍ରଧାନ, ସୀତାକାନ୍ତ ସାହୁ ପ୍ରମୁଖଙ୍କ ସହିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ସରପଞ୍ଚମାନେ ଭାଗ ନେଇଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ