ଓଡିଶା

odisha

ETV Bharat / state

ପଞ୍ଚାୟତକୁ ଲଗାତାର ଉପେକ୍ଷା ଅଭିଯୋଗରେ ପ୍ରଜାମେଳି - ଉପେକ୍ଷା ଅଭିଯୋଗରେ ପ୍ରଜାମେଳି

ବୌଦ୍ଧ ଜିଲ୍ଲାର ମଥୁରା ପଞ୍ଚାୟତକୁ ବାରମ୍ବାର ପ୍ରଶାସନ ଉପେକ୍ଷା କରୁଥିବା ଅଭିଯୋଗ କରି ପ୍ରଜାମେଳି ଅନୁଷ୍ଠିତ ହୋଇଛି । ପଞ୍ଚାୟତର ଦୁର୍ନୀତି କୁନେଇ ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଖୋଦ ନାଏବ ସରପଞ୍ଚ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Complaints of constant neglect of the panchayat
ପଞ୍ଚାୟତକୁ ଲଗାତାର ଉପେକ୍ଷା ଅଭିଯୋଗରେ ପ୍ରଜାମେଳି

By

Published : Dec 3, 2020, 1:51 PM IST

ବୌଦ୍ଧ: ଆବାସ ଯୋଜନାଠାରୁ ସାମାଜିକ ସୁରକ୍ଷା ଓ ଗମନାଗମନଠାରୁ ଧାନ ମଣ୍ଡି ପର୍ଯ୍ୟନ୍ତ, ସବୁଥିରେ ପାତର ଅନ୍ତର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତକୁ ବାରମ୍ବାର ପ୍ରଶାସନ ଉପେକ୍ଷା କରୁଥିବା ଅଭିଯୋଗ କରି ପ୍ରଜାମେଳି ଅନୁଷ୍ଠିତ ହୋଇଛି । ମଥୁରା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନ୍ୟାନ୍ୟ ଦୁର୍ନୀତି ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳିନାହିଁ । ରାସ୍ତା ଘାଟ ଓ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଅହେତୁକ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି ।

ପଞ୍ଚାୟତକୁ ଲଗାତାର ଉପେକ୍ଷା ଅଭିଯୋଗରେ ପ୍ରଜାମେଳି

ସେପଟେ ମଥୁରା ଧାନ ମଣ୍ଡିକୁ ବିଭିନ୍ନ ସମସ୍ୟା ଯୋଗୁଁ ବନ୍ଦ କରି ବୀରନରସିଂପୁର ସ୍ଥାନାନ୍ତରକୁ ମଧ୍ୟ ବିରୋଧ କରାଯାଇଛି । ତେବେ ପଞ୍ଚାୟତର ବହୁବିଧ ସମସ୍ୟା ନେଇ ବୁଧବାର ଚମ୍ପାପୁର ଠାରେ ଏକ ପ୍ରଜାମେଳିର ଆୟୋଜନ କରାଯାଇ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଏନେଇ ଏକ ନାଗରିକ କମିଟି ମଧ୍ୟ ଗଠନ କରାଯାଇଛି ।

ପଞ୍ଚାୟତର ଦୁର୍ନୀତି କୁନେଇ ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଖୋଦ ନାଏବ ସରପଞ୍ଚ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details